ଅକ୍ସିଜେନ ସିଲିଣ୍ଡର ଅଭାବ ନେଇ ମୋଦୀଙ୍କ ଉଚ୍ଚସ୍ତରୀୟ ବୈଠକ

ଅକ୍ସିଜେନ ସିଲିଣ୍ଡର ଅଭାବ ନେଇ ମୋଦୀଙ୍କ ଉଚ୍ଚସ୍ତରୀୟ ବୈଠକ
ଅକ୍ସିଜେନ ସିଲିଣ୍ଡର ଅଭାବ ନେଇ ମୋଦୀଙ୍କ ଉଚ୍ଚସ୍ତରୀୟ ବୈଠକ

ଦେଶରେ କରୋନା ମାମଲା ବଢ଼ୁଥିବାବେଳେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ନଥିବା ଯୋଗୁ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡ଼ୁଛି। ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଅକ୍ସିଜେନ ଗାଡ଼ିର ଅବାଧ ଚଳାଚଳ ଲାଗି ଅନୁମତି ଦିଆଯାଇଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ କରି ସମାଧାନ ସମ୍ବନ୍ଧରେ ଆଲୋଚନା କରିଛନ୍ତି । ଉକ୍ତ ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, ଗୃହ ସଚିବ, ସ୍ୱାସ୍ଥ୍ୟ ସଚିବ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ, ସଡ଼କ ଓ ପରିବହନ ମନ୍ତ୍ରଣାଳୟ, ମେଡିକାଲ ଓ ନୀତି ଆୟୋଗ ଅଧିକାରୀ ଉପସ୍ଥିତ ଥିଲେ।