ଅଟୋକୁ ଧକ୍କା ଦେଲା ଡମ୍ପର , ୩ ମୃତ

ଅଟୋକୁ ଧକ୍କା ଦେଲା ଡମ୍ପର , ୩ ମୃତ
ଅଟୋକୁ ଧକ୍କା ଦେଲା ଡମ୍ପର , ୩ ମୃତ

ଅଟୋକୁ ପିଟିଦେଲା ପିଚୁ ବୋଝେଇ ଡମ୍ପର। ଚାଲିଗଲା ଗୋଟିଏ ପରିବାରର ୩ ଜୀବନ। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ମନମୁଣ୍ଡା-କଣ୍ଟାମାଳ ରାସ୍ତାର ଗୋପାଳମାଳ ଛକ ନିକଟରେ।

ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସହିତ ତାଙ୍କ ପୁଅ ଓ ଝିଅର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଅଟୋକୁ ଧକ୍କା ଦେବା ପରେ ପିଚୁ ବୋଝେଇ ଡମ୍ପରଟି ମଧ୍ୟ ଓଲଟି ପଡ଼ିଥିଲା। ତେବେ ଡମ୍ପର ଡ୍ରାଇଭର ଫେରାର ହୋଇଯାଇଛି।