Saturday, December 13, 2025
14.9 C
Odisha

    ଅତିରିକ୍ତ ତହସିଲଦାରଙ୍କୁ ସମାଜିକ ବାସନ୍ଦ ଘଟଣା, ୯ ଜଣଙ୍କ ନାଁରେ ମାମଲା ରୁଜୁ

    ଆଗକୁ ପଢନ୍ତୁ

    ଛତ୍ରପୁର : ଅତିରିକ୍ତ ତହସିଲଦାରଙ୍କୁ ସମାଜିକ ବାସନ୍ଦ ଘଟଣା । ୯ ଜଣଙ୍କ ନାଁରେ ମାମଲା । ଆସିକାର ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କୁ କୈବର୍ତ୍ତ କୁଳ ସମାଜରୁ ବାସନ୍ଦ ନେଇ ଛତ୍ରପୁର ଥାନାରେ ହୋଇଛି ମାମଲା । ସୌଦାଗରଙ୍କ ପିତା ବିଜୟ ବେହେରାଙ୍କ ଅଭିଯୋଗ କ୍ରମେ କୈବର୍ତ୍ତ କୁଳ ସମାଜର ୯ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ।

    ଅତିରିକ୍ତ ତହସିଲଦାରଙ୍କ ଘର ଛତ୍ରପୁର ଥାନା ଅଧୀନ ମୁନିଷିପେଣ୍ଠରେ ହୋଇଥିବା ବେଳେ ସେ ଗତ ଫେବୃଆରୀରେ ଅନ୍ୟ ଜାତିରେ ବିବାହ କରିଥିଲେ । ତାଙ୍କ ପିତା ଏ ସମ୍ପର୍କରେ କୈବର୍ତ୍ତ କୁଳ ସମାଜକୁ ଜଣାଇଥିଲେ । କିନ୍ତୁ କୈବର୍ତ୍ତ କୁଳ ଅତିରିକ୍ତ ତହସିଲଦାରଙ୍କ ପରିବାରକୁ ବାସନ୍ଦ କରାଯାଇଥିବା ଜଣାଇଥିଲେ । ଏପରିକି ଅତିରିକ୍ତ ତହସିଲଦାରଙ୍କ ପିତା ଓ ତାଙ୍କ ପରିବାରକୁ ଅପମାନ କରାଯାଇଥିବା ଅଭିଯୋଗ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.9 ° C
    14.9 °
    14.9 °
    47 %
    1.6kmh
    0 %
    Fri
    15 °
    Sat
    27 °
    Sun
    27 °
    Mon
    28 °
    Tue
    28 °

    ସମ୍ବନ୍ଧିତ