ଅନୁକୂଳ ବିଗାଡ଼ିଲା ହେଲ୍ପର, ୧୦ ଫୁଟ ତଳକୁ ଖସି ପଡ଼ିଲା ବସ୍

ଅନୁକୂଳ ବିଗାଡ଼ିଲା ହେଲ୍ପର, ୧୦ ଫୁଟ ତଳକୁ ଖସି ପଡ଼ିଲା ବସ୍
ଅନୁକୂଳ ବିଗାଡ଼ିଲା ହେଲ୍ପର, ୧୦ ଫୁଟ ତଳକୁ ଖସି ପଡ଼ିଲା ବସ୍

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବୁରତାଲରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ରାସ୍ତାର ୧୦ ଫୁଟ ତଳକୁ ଖସିପଡ଼ିଛି ‘ବରତାଲ ଏକ୍ସପ୍ରେସ’ ନାମକ ବସ୍। ଗାଡ଼ି ପୂଜା କରିବା ପରେ ହେଲପର ବସ୍ ଚଳାଉଥିଲା। ଅସାବଧାନତା ଯୋଗୁଁ ବସଟି ପାହାଡ ତଳକୁ ଖସି ପଡ଼ିଛି। ବସ୍ ହେଲପର ରଜନୀକାନ୍ତ ମହାନ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୌଭାଗ୍ୟ ବଶତଃ ଏହି ସମୟରେ ବସରେ କେହି ଯାତ୍ରୀ ନଥିଲେ।