Tuesday, January 20, 2026
30.4 C
Odisha

    ଅନୈତିକ ସମ୍ପର୍କ ଓ ବେଆଇନ ବ୍ୟବସାୟ ପାଇଁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ: ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ। ସ୍ବାମୀର ଅନୈତିକ ସମ୍ପର୍କ ଓ ବେଆଇନ ବ୍ୟବସାୟରେ ବିରକ୍ତ ହୋଇ ସ୍ତ୍ରୀ ଏଭଳି କରିଥିବା କହିଛି। ଏହି କାମ‌ରେ ତାଙ୍କୁ ତାଙ୍କ ମା’ ସାହାଯ୍ୟ କରିଥିବା ବେ‌ଳେ ଏବେ ଦୁହିଁଙ୍କୁ ଗିରଫ କରିଛି ପୁଲିସ। ବେଙ୍ଗାଲୁରୁରେ ଏହି ଘଟଣା ଘଟିଥିବା ବେଳେ ମୃତକଙ୍କ ନାମ ଲୋକନାଥ ସିଂହ ବୋଲି ଜଣାଯାଇଛିପୁଲିସ କହିଛି ଯେ, ଶନିବାର ଦିନ ଚିକ୍କବନବରାର ନିର୍ଜନ ଅଞ୍ଚଳରେ ଏକ ପରିତ୍ୟକ୍ତ କାର୍‌ରୁ ପୀଡ଼ିତଙ୍କ ମୃତଦେହ ମିଳିଥିଲା। କିଛି ଲୋକ ପୀଡିତାଙ୍କ ମୃତଦେହ ପାଇବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଏନେଇ ପୁଲିସକୁ ଖବର ଦିଆଯିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲା।

    ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ପ୍ରଥମେ ଲୋକନାଥଙ୍କ ଖାଦ୍ୟରେ ନିଦ ବଟିକା ମିଶାଇ ତାଙ୍କୁ ନିଦ୍ରାଗ୍ରସ୍ତ କରିଥିଲେ। ତା’ପରେ ଦୁହେଁ ତାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇଯିବା ସହ ତାଙ୍କ ବେକ କାଟି ଦେଇଥିଲେ। ଲୋକନାଥ ୨ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ଗତ ଡିସେମ୍ବରରେ କୋର୍ଟରେ ବିବାହ କରିଥିଲେ। ହେଲେ ଏହା ବିଷୟରେ ଉଭୟଙ୍କ ପରିବାରକୁ ଜଣାନଥିଲା। ବିବାହର କିଛି ସମୟ ପରେ, ଲୋକନାଥ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ବାପାମାଆଙ୍କ ଘରେ ଛାଡି ଦେଇଥିଲେ। ଦୁଇ ସପ୍ତାହ ପୂର୍ବରୁ ଅଭିଯୁକ୍ତ ସ୍ତ୍ରୀର ପରିବାର ଦୁହିଁଙ୍କ ବିବାହ ଓ ଲୋକନାଥଙ୍କ ଅନୈତିକ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ। ଏନେଇ ଲୋକନାଥ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ଲୋକନାଥ ତାଙ୍କୁ ହତ୍ୟା ଧମକ ଦେଉଥିଲେ। ଏଥିରେ ରାଗିଯାଇ ଅଭିଯୁକ୍ତ ଏଭଳି କରିଥିବା ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    15 %
    2.6kmh
    0 %
    Tue
    28 °
    Wed
    31 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ