ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ କରୋନା ପଜିଟିଭ

ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ କରୋନା ପଜିଟିଭ
ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ କରୋନା ପଜିଟିଭ

ମୁମ୍ବାଇ: ମୁମ୍ବାଇରେ କରୋନା ମହାମାରୀର ଦ୍ୱିତୀୟ ଲହରୀ ଜୋରରେ ବ୍ୟାପୁଛି। ଫଳରେ ଏହା ଚିନ୍ତାର ବିଷୟ ପାଲଟିଛି। ଏଥିସହିତ ପୁଣି ଜଣେ ବଲିଉଡ କଳାକାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନିକଟରେ ବଲିଉଡ ଅଭିନେତା ରଣବୀର କପୁର ଓ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲିଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ଫିଲ୍ମ ଗଲି ବଏରୁ ଚର୍ଚ୍ଚାକୁ ଆସିଥିବା କଳାକାର ସିଦ୍ଧାନ୍ତ ଚତୁର୍ବେଦୀ ମଧ୍ୟ କୋଭିଡ ସଂକ୍ରମିତ ହୋଇଛନ୍ତି। ଏନେଇ ସିଦ୍ଧାନ୍ତ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ସେ ଡାକ୍ତରଙ୍କ ପରାମର୍ଶ କରିବା ସହ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି।