Wednesday, February 5, 2025
34.5 C
Odisha

    ଅର୍ଜୁ ରାଣା ଦେଉବା ହେଲେ ନେପାଳର ବୈଦେଶିକ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସୋମବାର ନେପାଳପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଡ. ଅର୍ଜୁ ରାଣା ଦେଉବାଙ୍କୁ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ରାଣା ହେଉଛନ୍ତି ନେପାଳର ଚତୁର୍ଥ ମହିଳା ବୈଦେଶିକ ମନ୍ତ୍ରୀ। ତାଙ୍କ ପୂର୍ବରୁ ବିମଳା ରାୟ ପୁଡେଲ, ସୁଜାତା କୋଇରାଲା ଓ ସାହାନା ପ୍ରଧାନ ନେପାଳର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।  ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ରାଣା କହିଥିଲେ ଯେ ତଥ୍ୟ ଓ ପ୍ରମାଣ ଆଧାରରେ ସୀମା ବିବାଦର ସମାଧାନ ହେବା ଦରକାର। ଏହାଦ୍ୱାରା ପଡ଼ୋଶୀ ଦେଶସହ ଅନାବଶ୍ୟକ ବିବାଦର ଅନ୍ତ ଘଟିବ। ସେ କହିଛନ୍ତି ଯେ ଅତୀତ ଭଳି ସୀମାରେ ଲଗା ଯାଇଥିବା ପିଲର୍ ଗଣନା କରି ପଡ଼ୋଶୀ ଦେଶ ସହ ସୀମା ବିବାଦର ସମାଧାନ ହେବା ଜରୁରୀ ନୁହେଁ।ଭୂଗୋଳ, ଇତିହାସ ଏବଂ ନୂତନ ଜିପିଏସ୍ ଆଧାରିତ ବୈଜ୍ଞାନିକ ମାନଚିତ୍ର ଆଧାରରେ ଆମେ ଭାରତ ସହ ଆମର ସୀମା ବିବାଦର ସମାଧାନ କରିବୁ। ତେଣୁ ଏବେ କେଉଁ ସୀମା ପିଲର୍ କେଉଁଠି ଅଛି ତାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆର୍ଜୁ ଦେଉବା କହିଛନ୍ତି, ଏବେ ତଥ୍ୟ ସାମ୍ନାକୁ ଆସିଛି। ତେଣୁ ଏବେ ଆମେ ଆମର ସୀମା ବିବାଦର ସମାଧାନ କରିପାରିବା ।ମୋ ସୂଚନା ଅନୁଯାୟୀ ମହାକାଳୀ ହେଉଛି ସୀମାନ୍ତ ନଦୀ। ଉଭୟ ଭାରତ ଓ ନେପାଳ ପାଖରେ ଏହାର ସୁବିଧା ରହିଛି। ତେଣୁ ଏହି ମାମଲାରେ ସବୁବେଳେ ବିବାଦ ଲାଗି ରହିଆସିଛି। ରାଣା ହେଉଛନ୍ତି ନେପାଳର ଚତୁର୍ଥ ମହିଳା ବୈଦେଶିକ ମନ୍ତ୍ରୀ। ତାଙ୍କ ପୂର୍ବରୁ ବିମଳା ରାୟ ପୁଡେଲ, ସୁଜାତା କୋଇରାଲା ଓ ସାହାନା ପ୍ରଧାନ ନେପାଳର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.5 ° C
    34.5 °
    34.5 °
    18 %
    3.6kmh
    89 %
    Wed
    33 °
    Thu
    35 °
    Fri
    34 °
    Sat
    33 °
    Sun
    34 °

    ସମ୍ବନ୍ଧିତ