Wednesday, March 11, 2026
37 C
Odisha

    ଅର୍ଥମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଲେ ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କୌଣସି ଶୁଭ କାର୍ଯ୍ୟ ପୂର୍ବରୁ ଭାରତୀୟ ପରମ୍ପରା ଅନୁସାରେ ଦହି-ଚିନି ଖାଇବାକୁ ଶୁଭ ବୋଲି ମନାଯାଇଥାଏ। ତେଣୁ କ୍ରମାଗତ ଭାବେ ସପ୍ତମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦହି-ଚିନି ଖୁଆଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପରମ୍ପରା ଅନୁଯାୟୀ ସୀତାରମଣ ଏବଂ ଏମ୍‌ଓଏନ୍‌ (ଫାଇନାନ୍ସ) ପଙ୍କଜ ଚୌଧୁରୀ ୨୦୨୪-୨୫ ପାଇଁ ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଡାକିଥିଲେ।ଏହାପୂର୍ବରୁ ଅର୍ଥମନ୍ତ୍ରୀ ଅର୍ଥ ମନ୍ତ୍ରଣାଳୟ ବାହାରେ ବଜେଟ୍ ଡକ୍ୟୁମେଣ୍ଟ୍ ଗୁଡ଼ାଯାଇଥିବା ଏକ ନାଲି ଥଳି ଓ ଟାବଲେଟ୍ ସହିତ ଫଟୋ ପୋଜ୍ ଦେଇଥିଲେ।ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ କରୁଥିବା ସୀତାରମଣ ଏହି ଉତ୍ସବ ପାଇଁ ଏକ ବାଇଗଣି ଧଡ଼ି ସହିତ ଏକ ଧଳା ରଙ୍ଗର ଶାଢ଼ି ପରିଧାନ କରିଥିବା ଦେଖିବାକୁ ମିଳିଥିଲା।ଆଜି ସଂସଦରେ  ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ସମସ୍ତ ଔପଚାରିକତା ପୂରଣ କରିଛନ୍ତି ଅର୍ଥମନ୍ତ୍ରୀ । ପ୍ରଥମେ ଅର୍ଥମନ୍ତ୍ରଣାଳୟକୁ ଯାଇ ସେଠାରେ ନିଜ ଟିମ୍ ସହ ଫଟୋ ସେସନ୍ କରିବା ବଜେଟ୍ ଟାବ୍ଲେଟକୁ ଦେଖାଇଛନ୍ତି।

    ବଜେଟରେ କେଉଁ ବଡ଼ ଘୋଷଣା ହେବ, ତାହା ତ ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ। ଏହି ବଜେଟ୍ ଆଗାମୀ ୫ ବର୍ଷ ପାଇଁ ଦେଶର ବିକାଶ କ୍ଷେତ୍ରରେ ଦିଗ ନିର୍ଣ୍ଣୟ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37 ° C
    37 °
    37 °
    12 %
    4.2kmh
    0 %
    Wed
    36 °
    Thu
    38 °
    Fri
    39 °
    Sat
    40 °
    Sun
    37 °

    ସମ୍ବନ୍ଧିତ