Tuesday, November 11, 2025
14.5 C
Odisha

    ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଅଭିଯୁକ୍ତଙ୍କୁ ନେଇ ପୋଲିସର କ୍ରାଇମସିନ୍ ରିକ୍ରିଏସନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା  । ଅଭିଯୁକ୍ତଙ୍କୁ ନେଇ ପୋଲିସର କ୍ରାଇମସିନ୍ ରିକ୍ରିଏସନ । ବ୍ରହ୍ମପୁର ବୈକୁଣ୍ଠନଗର ଅଞ୍ଚଳରେ କ୍ରାଇମ ସିନ୍ ରିକ୍ରିଏସନ। କଡ଼ା ସୁରକ୍ଷା ବଳୟରେ କ୍ରାଇମସିନ୍ ରିକ୍ରିଏସନ କରୁଛି ପୋଲିସ । ସାର୍ପ ସୁଟର ଓ ଅନ୍ୟ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ ।

    କେମିତି ହତ୍ୟା କଲେ ଏବଂ କେମିତି ଖସି ଚାଲିଗଲେ । ଆକ୍ସନ କରି ଡେମୋ ଦେଖାଇଲେ ଦୁଇ ଅଭିଯୁକ୍ତ । ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୋଲିସ । ବୈକୁଣ୍ଠନଗର ଅଞ୍ଚଳରେ ଡେମୋ ଦେଖାଇଛନ୍ତି ଚିଣ୍ଟୁ ପ୍ରଧାନ ଓ କୁରୁପତି ଭୂୟାଁ । ଘଟଣା ଦିନ କଣ ହୋଇଥିଲା ଗୋଟି ଗୋଟି କରି ଆକ୍ସନ କରି ଦେଖାଇଛନ୍ତି ଉଭୟ । କଡ଼ା ସୁରକ୍ଷା ବଳୟରେ ଉଭୟଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ କରିଛି ପୋଲିସ । କୁମାର ପୂର୍ଣ୍ଣିମା ରାତି ୧୦ଟାରେ ଏକ ମୋଟର ସାଇକେଲ ଯୋଗେ ଚିଣ୍ଟୁ ପ୍ରଧାନ ଓ କୁରୁପତି ଭୂୟାଁ ଆସି ପୀତବାସଙ୍କୁ ଗୁଳି ଫୁଟାଇ ହତ୍ୟା କରିଥିଲେ l ଚିଣ୍ଟୁ ମୋଟର ସାଇକେଲ ଚଲାଇଥିବା ବେଳେ ପଛରେ ବସିଥିଲେ କୁରୁପତି । ଏହା ପରେ ପୀତବାସ ଙ୍କୁ ଅଟକାଇ ତାଙ୍କ ଛାତି ଉପରକୁ ଗୁଳି ଫୁଟାଇଥିଲା ସାର୍ପ ସୁଟର କୁରୁପତି । ପୋଲିସ ଏହି ମାମଲା ରେ ସମୁଦାୟ ୧୬ ଜଣଙ୍କୁ ଗିରଫ କରିଛି l ଏଵେ ରିମାଣ୍ଡ ରେ ପୋଲିସ ଚିଣ୍ଟୁ, କୁରୁପତି, ଉମା, ଯୋଗୀନ୍ଦ୍ର, ମଦନ ଓ ମଳୟଙ୍କୁ ନେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.5 ° C
    14.5 °
    14.5 °
    60 %
    1.2kmh
    0 %
    Tue
    26 °
    Wed
    25 °
    Thu
    25 °
    Fri
    25 °
    Sat
    25 °

    ସମ୍ବନ୍ଧିତ