ଆଗାମୀ ୨ ଦିନରେ କେରଳ ଛୁଇଁବ ମୌସୁମୀ

ଆଗାମୀ ୨ ଦିନରେ କେରଳ ଛୁଇଁବ ମୌସୁମୀ
ଆଗାମୀ ୨ ଦିନରେ କେରଳ ଛୁଇଁବ ମୌସୁମୀ

ଆଗାମୀ ୨ ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥର ଜୁନରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ। ଏହି ସମୟ ମଧ୍ୟରେ ୧୦୧ ପ୍ରତିଶତ ବର୍ଷା ହେବା ନେଇ ଆକଳନ କରାଯାଇଛି। ସାରା ଦେଶରେ ସ୍ୱାଭାବିକ ମୌସୁମୀ ଥିଲେ ବି ଉତ୍ତର ପୂର୍ବାଞ୍ଚଳରେ କମିବ। ଉତ୍ତର ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ବର୍ଷା ସ୍ୱାଭାବିକ ରହିବ। କେନ୍ଦ୍ର ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି।