ଆଜିଠୁ ଏକ ସପ୍ତାହ ଯାଏଁ ହରିୟାଣା ସମ୍ପୂର୍ଣ୍ଣ ଲକଡାଉନ

ଆଜିଠୁ ଏକ ସପ୍ତାହ ଯାଏଁ ହରିୟାଣା ସମ୍ପୂର୍ଣ୍ଣ ଲକଡାଉନ
ଆଜିଠୁ ଏକ ସପ୍ତାହ ଯାଏଁ ହରିୟାଣା ସମ୍ପୂର୍ଣ୍ଣ ଲକଡାଉନ

କରୋନା ସଂକ୍ରମଣର ସଂକଟ ବଢ଼ି ଚାଲିଥିବା ବେଳେ ହରିୟାଣାକୁ ଆଜିଠାରୁ ଏକ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଭାବେ ଲକଡାଉନ୍ ରଖାଯାଇଛି। ହରିୟାଣା ସରକାରରେ ମନ୍ତ୍ରୀ ଅନିଲ ଭିଜ ଘୋଷଣା କରିଛନ୍ତି ଯେ, ଆଜିଠୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ରହିବ। ଏହା ପୂର୍ବରୁ ଶୁକ୍ରବାର ସରକାର ଆସାମର ୯ଟି ଜିଲ୍ଲାରେ ସପ୍ତାହନ୍ତ ଲକଡାଉନ୍ ଘୋଷଣା କରିଥିଲେ।

ହରିୟାଣା ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଯେ, ଲକଡାଉନ ମାଧ୍ୟମରେ କରୋନା ନିୟନ୍ତ୍ରଣ କରାଯାଇପାରିବ। ଏବେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣ ବାହାରେ ଅଛି। ଶନିବାର ହରିୟାଣାରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୧୩,୫୮୮ ଜଣ ସଂକ୍ରମିତ ହୋଇଥିଲେ। ୧୨୫ ଜଣଙ୍କର ମୃତ୍ୟୁ ହୋଇଥିଲା। ହରିୟାଣାରେ ଏପର୍ଯ୍ୟନ୍ତ ୫ ଲକ୍ଷ ୧ ହଜାର ୫୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୪,୩୪୧କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୨ ହଜାର ୫୧୬ ଜଣ।