ଆଜିଠୁ ପୁଣି ଆରମ୍ଭ ହେଲା ମୋ ବସ୍‌ ସେବା

ଆଜିଠୁ ପୁଣି ଆରମ୍ଭ ହେଲା ମୋ ବସ୍‌ ସେବା
ଆଜିଠୁ ପୁଣି ଆରମ୍ଭ ହେଲା ମୋ ବସ୍‌ ସେବା

ଗଡିଲା ମୋ ବସ୍‌। ୧୬ଟି ରୁଟ୍‌ରେ ୮୯ଟି ବସ୍‌ ଚଳାଚଳ କରୁଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ୍‌ ଚଳାଚଳ କରିବ। ସରକାରଙ୍କ କୋଭିଡ୍‌ ନିୟମ ଅନୁଯାୟୀ ବସ୍‌ ଚଳାଚଳ କରିବ। ପ୍ରତି ବସ୍‌ରେ ଯେତିକି ସିଟ୍‌ ସେତିକି ଯାତ୍ରୀ ଯିବେ।ଯାତ୍ରୀଙ୍କୁ ଛିଡା ହୋଇ ଯିବାକୁ ଅନୁମତି ଦିଆଯିବନି। ବିନା ମାସ୍କରେ କୌଣସି ଯାତ୍ରୀ ଯାତ୍ରା କରିପାରିବେନି। ବସ୍‌କୁ ପ୍ରତିଦିନ ବିଶୋଧନ କରାଯିବ। ପ୍ରାୟ ୨ ମାସ ପରେ ଆଜିଠୁ ପୁଣି ଆରମ୍ଭ ହୋଇଛି ମୋ ବସ୍‌ ସେବା। ଯାତ୍ରୀ ବସିବା ପୂର୍ବରୁ ବସ୍‌ ଗୁଡିକୁ ସାନିଟାଇଜ୍‌ କରାଯାଇଛି।