ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ପକ୍ଷୀ ଗଣନା

ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ପକ୍ଷୀ ଗଣନା
ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ପକ୍ଷୀ ଗଣନା

ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରିର କୁଳଡିହା ଅଭୟାରଣ୍ୟରେ ପକ୍ଷୀ ଗଣନା ନିମନ୍ତେ ତିନୋଟି ଟିମର ଗଠନ କରାଯାଇଛି। ସେହିପରି ବ୍ରହ୍ମଗିରି ରେଞ୍ଜରେ ମଧ୍ୟ ପକ୍ଷୀ ଗଣନା ନିମନ୍ତେ ୪ଟି ଟିମ ଗଠନ କରାଯାଇଛି। ଏହା ସହ ରାଇରଙ୍ଗପୁର, ବାରିପଦା ଆଦି ସ୍ଥାନରେ ମଧ୍ୟ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପକ୍ଷୀ ଗଣନା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି।