ଆଜିଠୁ ଶ୍ରୀମନ୍ଦିରରେ ନୂଆ କଟକଣା ଲାଗୁ, ରାଜ୍ୟ ବାହାରର ଦର୍ଶନାର୍ଥୀଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର:   ଆଜିଠାରୁ ଶ୍ରୀମନ୍ଦିରରେ ନୂଆ SOP ଲାଗୁ ହୋଇଛି। ରାଜ୍ୟ ବାହାରର ଦର୍ଶନାର୍ଥୀଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଛି । ରାଜ୍ୟ ବାହାରର ଭକ୍ତ ମାନେ RTPCR କୋଭିଡ ନେଗେଟିଭ ସାର୍ଟିଫିକେଟ କିମ୍ବା ଟିକାର ଦୁଇଟି ଡୋଜ ନେବାର ପ୍ରମାଣ ପତ୍ର ଦେଖାଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ । ଏହାଛଡା ଭକ୍ତ ମାନେ ହାତ ସାନି ଟାଇଜ କରିବା ଓ ନିୟମକୁ ପାଳନ ପାଇଁ ନିର୍ଦ୍ଦେଶ ରହିଛି ।

ସେହିପରି ରାଜ୍ୟରେ କରୋନା ସଂକ୍ରମଣକୁ ନଜରରେ ରଖି ଶନିବାର ଓ ରବିଦାର ଦିନ ଶ୍ରୀମନ୍ଦିର ଦର୍ଶନକୁ ବାରଣ କରାଯାଇଛି । ଏହିପରିପେକ୍ଷୀରେ ଗତକାଲି ଶ୍ରୀମନ୍ଦିର ଭିତର ଓ ବାହାର ବିଶୋଧନ କରାଯାଇଥିଲା । ରବିବାର ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇ ମନ୍ଦିର ସାନିଟାଇଜ କରାଯାଇଥିଲା। ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ଉଭୟ ଦିନ ଶ୍ରୀମନ୍ଦିରର ଦର୍ଶନ ବନ୍ଦ କରାଯାଇ ବିଶୋଧନ କରାଯିବ ।