ଆଜିଠୁ ସଂସଦ ମିଲର ନୂତନ ବର୍ଦ୍ଧିତ ଦର ଲାଗୁ

ଆଜିଠୁ ସଂସଦ ମିଲର ନୂତନ ବର୍ଦ୍ଧିତ ଦର ଲାଗୁ
ଆଜିଠୁ ସଂସଦ ମିଲର ନୂତନ ବର୍ଦ୍ଧିତ ଦର ଲାଗୁ

ନୂଆଦିଲ୍ଲୀ, ଆଜିଠୁ ସଂସଦ କ୍ୟାଣ୍ଟିନରେ ସାଂସଦ ଖାଲରେ ଦେବାକୁ ପଡ଼ିବ ସମ୍ପୂର୍ଣ୍ଣ ମିଲ ପଇସା। ଆଜିଠାରୁ ମିଲର ନୂଆ ବର୍ଦ୍ଧିତ ଦର ଲାଗୁ ହୋଇଛି। ସରକାର ଦେଉଥିବା ସବସିଡି ଏବେ ଆଉ ମିଳିବନାହିଁ।

ସୂଚନା ଅନୁସାରେ ପୂର୍ବରୁ ସାଂସଦମାନଙ୍କ ପାଇଁ କ୍ୟାଣ୍ଟିନ ଖାଦ୍ୟ ଉପରେ ୮୦ ପ୍ରତିଶତ ସବସିଡି ଦିଆଯାଉଥିବା। ଯାହାଦ୍ୱାରା ସରକାରଙ୍କୁ ବର୍ଷକୁ ୧୭ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଥିଲା। ଏନେଇ ଗତ ୧୯ ତାରିଖ ଦିନ ସବସିଡି ରଦ୍ଧ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜିଠୁ ଏହା ଲାଗୁ ହୋଇଛି।

ଆସନ୍ତା ୨୯ ତାରିଖରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସାଂସଦମାନଙ୍କୁ ବିନା ସବସିଡିରେ ଖାଦ୍ୟ ଖାଇବାକୁ ପଡ଼ିବ।