Friday, December 12, 2025
15.9 C
Odisha

    ଆଜିଠୁ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନାମ ପଞ୍ଜୀକରଣ

    ଆଗକୁ ପଢନ୍ତୁ

    କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୬- ୨୭ ଶିକ୍ଷାବର୍ଷ ନିମନ୍ତେ ହାଇସ୍କୁଲ ସାର୍ଟିଫିକେଟ (ମାଟ୍ରିକ) ପରୀକ୍ଷା ଦେବା ପାଇଁ ଚଳିତ ବର୍ଷ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ପଞ୍ଜୀକରଣ ଆଜି ଠାରୁ ଆରମ୍ଭ ହେବ। ରାଜ୍ୟର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହାୟତାରେ ଅନ୍‌ଲାଇନ ଜରିଆରେ ପଞ୍ଜୀକରଣ କାର୍ଯ୍ୟ ସମାପନ କରିବେ। ଦେୟ ଓ ଚୂଡ଼ାନ୍ତ ଫର୍ମ ଦାଖଲ ପ୍ରକ୍ରିୟା ଡିସେମ୍ବର ୩ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ରାତି ୧୧.୪୫ ପର୍ଯ୍ୟନ୍ତ ଚାଲିବ। ଏହି ଅବଧି ମଧ୍ୟରେ ଦିବାରାତ୍ର ୨୪ ଘଣ୍ଟିଆ ଅନ୍‌ଲାଇନରେ ପଞ୍ଜୀକରଣ କାର୍ଯ୍ୟ ଚାଲୁରହିବ। ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପାଇଁ ୬୦ ଟଙ୍କା ହିସାବରେ ପଞ୍ଜୀକରଣ ଦେୟ ଅନ୍‌ଲାଇନ୍‌ରେ ଦାଖଲ କରାଯିବ।

    ରେଗୁଲାର ଓ କ୍ୱାସି ରେଗୁଲାର ବିଦ୍ୟାର୍ଥୀଙ୍କ ପଞ୍ଜୀକରଣ ମଧ୍ୟ ଏହି ସମୟ ମଧ୍ୟରେ ଅନୁଷ୍ଠିତ ହେବ। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲରେ ପଢୁଥିବା ଏସ୍‌ସି ଓ ଏସ୍‌ଟି ବର୍ଗର ରେଗୁଲାର ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ନିମନ୍ତେ କୌଣସି ଦେୟ ଲାଗିବ ନାହିଁ। ପଞ୍ଜୀକରଣ ନିମନ୍ତେ ଆବେଦନ ପତ୍ରର ଫର୍ମାଟ, ନିର୍ଦେଶାବଳୀ ଓ ଲିଙ୍କ‌ ଆଦି ବୋର୍ଡ ୱେବସାଇଟ୍‌ www.bseodisha.ac.inରେ ଉପଲବ୍ଧ ହେବ। ନିର୍ଦେଶାବଳୀ ଭଲ ଭାବେ ପଢ଼ି ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି। ପଞ୍ଜୀକରଣ କାର୍ଯ୍ୟ ଶେଷ ପରେ ଡେସ‌କ୍ରିପଟିଭ ରୋଲ ସିଟ୍‌‌କୁ ଡାଉନ୍‌‌ଲୋଡ୍‌‌ କରି ବୋର୍ଡର ଶାଖା କାର୍ଯ୍ୟାଳୟରେ ଦାଖଲ କରାଯିବ। ଏହି ସମୟ ମଧ୍ୟରେ ନାମ ପଞ୍ଜିକୃତ କରିପାରିନଥିବା ବିଦ୍ୟାର୍ଥୀ ୨୦୨୭ ମାଟ୍ରିକ ପରୀକ୍ଷା ଦେଇପାରିବେ ନାହିଁ। ଏଭଳି କ୍ଷେତ୍ରରେ ସେମାନେ ବୋର୍ଡ ଦ୍ୱାରା ପରିଚାଳିତ ପତ୍ରମାଧ୍ୟମ ପାଠ୍ୟକ୍ରମରେ ନାମ ପଞ୍ଜିକୃତ କରି ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହେବେ। କ୍ୱାସି ରେଗୁଲାର ହିସାବରେ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିଦ୍ୟାଳୟଗୁଡ଼ିକୁ ନିକଟବର୍ତ୍ତୀ ଅନୁମୋଦିତ ସ୍କୁଲ ଦ୍ୱାରା ପଞ୍ଜିକୃତ ହେବା ପାଇଁ ବୋର୍ଡର ଶାଖା କାର୍ଯ୍ୟାଳୟର ଉପସମ୍ପାଦକ ଲିଖିତ ନିର୍ଦେଶ ଦେବେ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତିରେ ଦର୍ଶାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.9 ° C
    15.9 °
    15.9 °
    46 %
    1.7kmh
    0 %
    Fri
    16 °
    Sat
    27 °
    Sun
    27 °
    Mon
    28 °
    Tue
    28 °

    ସମ୍ବନ୍ଧିତ