Saturday, July 19, 2025
25.4 C
Odisha

    ଆଜି ଅଣସର ତ୍ରୟୋଦଶୀ; ମହାପ୍ରଭୁଙ୍କୁ ଘଣାଲାଗି

    ଆଗକୁ ପଢନ୍ତୁ

    ପୁରୀ : ଅଣସର ଘରେ ଥିବା ଶ୍ରୀଜୀଉ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଆଜି ଅଣସର ତ୍ରୟୋଦଶୀ ହୋଇଥିବାରୁ ଅନବସର ଘରେ ବିରାଜିତ ମହାପ୍ରଭୁଙ୍କୁ ଘଣାଲାଗି ହେବ । ଏହାସହିତ ଶ୍ରୀପୟର ମୁଦା ଉପଲକ୍ଷେ ପାଟଡୋର ଓ ଖଳି ପ୍ରସାଦ ଲାଗି ହେବ । ଚଳିତ ବର୍ଷ ଶ୍ରୀଜଗନ୍ନାଥଙ୍କର ଘଣା ଲାଗି କରାଯିବ । ଗୋପନୀୟ ଭାବେ ଘଣା ଲାଗି ପରେ ଖଳି ଲାଗି ହେବ । ଆସନ୍ତାକାଲି ଦତ୍ତମହାପାତ୍ର ବନକ ଲାଗି ଆରମ୍ଭ କରିବେ । ସ୍ନାନପୂର୍ଣ୍ଣିମାରେ ୧୦୮ଗରା ସୁବାସିତ ଜଳରେ ମହାପ୍ରଭୁ ଦିବ୍ୟସ୍ନାନ କରି ଜ୍ୱରରେ ପୀଡିତ ହୋଇଥିବା ବେଳେ ଗତକାଲି ଏକାଦଶୀ ତିଥିରେ ଖଳିଲାଗି ଓ ଦଶମୂଳ ମୋଦକ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଦ୍ୱାଦଶ ତିଥିରେ ଶ୍ରୀଜୀଉମାନଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    89 %
    0.8kmh
    100 %
    Fri
    25 °
    Sat
    33 °
    Sun
    31 °
    Mon
    33 °
    Tue
    32 °

    ସମ୍ବନ୍ଧିତ