Monday, December 15, 2025
13.9 C
Odisha

    ଆଜି ହେଉଛି ଏକ ଐତିହାସିକ ଦିନ : ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   : ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ୧୫୦ ବର୍ଷ ପୂର୍ତ୍ତିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ‘ବନ୍ଦେ ମାତରମ’ ସଂଗୀତର ମୂଲ୍ୟବୋଧ ବଖାଣି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ବନ୍ଦେ ମାତରମ’ କେବଳ ସଂଗୀତ ନୁହେଁ, ସଂକଳ୍ପ ଅଟେ। ମା’ ଭାରତୀଙ୍କ ସାଧନା, ଶକ୍ତିର ମନ୍ତ୍ର ହେଉଛି ‘ବନ୍ଦେ ମାତରମ’। ୭ ନଭେମ୍ବର ହେଉଛି ଏକ ଐତିହାସିକ ଦିନ। ‘ବନ୍ଦେ ମାତରମ’ର ରଚୟତା ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ସ୍ମୃତିଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।ଏହାସହ ସ୍ବତନ୍ତ୍ର କଏନ ଓ ଷ୍ଟାମ୍ପର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.9 ° C
    13.9 °
    13.9 °
    59 %
    1.1kmh
    0 %
    Mon
    28 °
    Tue
    28 °
    Wed
    28 °
    Thu
    27 °
    Fri
    26 °

    ସମ୍ବନ୍ଧିତ