ଆଜି ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ଆଜି ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
ଆଜି ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଶରଧାବାଲିରେ ତିନି ରଥ । ଆଜି ରଥ ଉପରେ ଥିବା ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ । ଗୁଣ୍ଡିଚା ମନ୍ଦିର ଭିତରକୁ ଗୋଟି ପହଣ୍ଡିରେ ଯିବେ ଶ୍ରୀଜୀଉ। ସକାଳୁ ମହାପ୍ରଭୁଙ୍କ ସମସ୍ତ ନୀତି, ମଙ୍ଗଳ ଆଳତୀ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ଖଇକୋରା ଭୋଗ ରଥ ଉପରେ କରାଯାଉଛି। ପ୍ରାୟ ଅପରାହ୍ନ ୪ଟା ପରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଟାହିଆ ଲାଗି କରାଯାଇ ଗୋଟି ପହଣ୍ଡି କରାଯିବ । ପରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ବିଜେ କରିବେ । ପହଣ୍ଡି ବିଜେକୁ ଭକ୍ତଶୂନ୍ୟ କରିବା ପାଇଁ ଗୁଣ୍ଡିଚା ମନ୍ଦିର ଚତୁପାର୍ଶ୍ୱରେ କଡା କଟକଣା ଲାଗୁ ହୋଇଛି।