ଆଜି ଚାଉଳିଆଗଞ୍ଜ ବନ୍ଦ

ଆଜି ଚାଉଳିଆଗଞ୍ଜ ବନ୍ଦ

କଟକ ଓଏମ୍‌ପି ଛକସ୍ଥିତ ପୁଲିସ କଲୋନୀକୁ ଖାଲି କରି ସେଠାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବାକୁ ନେଇ ଚାଲିଥିବା ବିବାଦର ସମାଧାନ ହୋଇପାରୁନି। କେନ୍ଦ୍ରାଞ୍ଚଳ ଆରଡିସିଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଗତକାଲି କୌଣସି ନିଷ୍କର୍ସ ବାହାରି ପାରି ନଥିବା ବେଳେ ଆଜି ଚାଉଳିଆଗଞ୍ଜ ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା। ଫଳରେ ଆଜି ସକାଳୁ ଚାଉଳିଆଗଞ୍ଜର ସମସ୍ତ ଦୋକାନ, ବଜାର ବନ୍ଦ ରହିଛି।

ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ରାଞ୍ଚଳ ଆରଡିସି ଅନିଲ ସାମଲଙ୍କ ନେତୃତ୍ୱରେ ହୋଇଥିବା ବୈଠକରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। କିନ୍ତୁ କୌଣସି ସମାଧାନର ରାସ୍ତା ବାହାରି ନ ଥିଲା। ଫଳରେ ଆଜି ଚାଉଳିଆଗଞ୍ଜ ବନ୍ଦ ପାଳନ କରାଯାଉଛି।

ଏସସିବି ମେଡିକାଲକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ରାସ୍ତାର ସମ୍ପ୍ରସାରଣ ହେଉଥିବାରୁ ମାଲଗୋଦାମ ଓ ଛତ୍ରବଜାରରେ ରହିଥିବା ବସ୍ତି ଉଚ୍ଛେଦ ହେବ। ଓଏମପି ଛକରେ ରହିଥିବା ପୁଲିସ କଲୋନୀକୁ ଖାଲି କରି ସେଠାରେ ଏହି ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ। ଚାଉଳିଆଗଞ୍ଜ ଅଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଥଇଥାନ ଦାବିରେ ଆଜି ଏହି ବନ୍ଦ ପାଳନ କରାଯାଉଛି।