ଆଜି ଠୁ ଖୋଲିବ ଲିଙ୍ଗରାଜ ମନ୍ଦିର, ୬ରୁ ସାଧାରଣ ଦର୍ଶନ, ମାନିବାକୁ ହେବ ଏହି ନିୟମ

ଆଜି ଠୁ ଖୋଲିବ  ଲିଙ୍ଗରାଜ ମନ୍ଦିର, ୬ରୁ ସାଧାରଣ ଦର୍ଶନ, ମାନିବାକୁ ହେବ ଏହି ନିୟମ
ଆଜି ଠୁ ଖୋଲିବ  ଲିଙ୍ଗରାଜ ମନ୍ଦିର, ୬ରୁ ସାଧାରଣ ଦର୍ଶନ, ମାନିବାକୁ ହେବ ଏହି ନିୟମ

ଭୁବନେଶ୍ୱର,  ମହାମାରୀ କରୋନା ଯୋଗୁଁ ଦୀର୍ଘ ପ୍ରାୟ ନଅ ମାସ ହେବ ବନ୍ଦ ପଡିଥିବା ଶ୍ରୀ ଲିଙ୍ଗରାଜ ମନ୍ଦିର ଆଜି

ଆଜି ଠୁ ଖୋଲିବାକୁ ଯାଉଛି। ହେଲେ ୬ ତାରିଖରୁ ସାଧାରଣ ଲୋକଙ୍କୁ ଦର୍ଶନ ଅନୁମତି ମିଳିବ। କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ପରେ ମନ୍ଦିରକୁ ପ୍ରବେଶ ଅନୁମତି ମିଳିବ। ଚାରି ପାଞ୍ଚ ଦିନ ପୂର୍ବରୁ ହୋଇଥିବା ଟେଷ୍ଟ ରିପୋର୍ଟ ଦେଖାଇବା ଜରୁରୀ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି।

୨୭ ରୁ ୩୧ ତାରିଖ ଯାଏ ସେବାୟତଙ୍କ ପରିବାରର ସଦସ୍ୟଙ୍କ ଦର୍ଶନ ସୁବିଧା ରହିଛି। ୩ ରୁ ୫ ତାରିଖ ରାଜଧାନୀବାସୀ ଲିଙ୍ଗରାଜଙ୍କ ଦର୍ଶନ କରି ପାରିବେ। ଭିଡକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି। ୬ ତାରିଖରୁ ସାଧାରଣ ଲୋକଙ୍କୁ ଦର୍ଶନ ଅନୁମତି ମିଳିବ। ଦୈନିକ ୫ ଶହ ଶ୍ରଦ୍ଧାଳୁ ଦର୍ଶନ କରି ପାରିବେ। ଦର୍ଶନ ବେଳେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ପରବର୍ତ୍ତୀ ବୈଠକ ୨୭ ଓ ୨୮ରେ ହେବ ବୋଲି କୁହାଯାଇଛି। କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ପରେ ମନ୍ଦିରକୁ ପ୍ରବେଶ ଅନୁମତି ମିଳିବ। ଚାରି ପାଞ୍ଚ ଦିନ ପୂର୍ବରୁ ହୋଇଥିବା ଟେଷ୍ଟ ରିପୋର୍ଟ ଦେଖାଇବା ଜରୁରୀ। ମନ୍ଦିର ନିକଟରେ ସକାଳ ୭ଟାରୁ ରାତି ୧୦ଟା ଯାଏଁ ସ୍କ୍ରିନିଂ କ୍ୟାମ୍ପ କରାଯିବ।