ଆଜି ବି ଅଚଳ ଗୃହ, ଦିନ ୧୨ଟା ଯାଏଁ ମୁଲତବି : ସେପଟେ ରାଜରାସ୍ତାରେ ବିଜେଡି ବିଧାୟକଙ୍କ ପ୍ରତିବାଦ

ଆଜି ବି ଅଚଳ ଗୃହ, ଦିନ ୧୨ଟା ଯାଏଁ ମୁଲତବି : ସେପଟେ ରାଜରାସ୍ତାରେ ବିଜେଡି ବିଧାୟକଙ୍କ ପ୍ରତିବାଦ
ଆଜି ବି ଅଚଳ ଗୃହ, ଦିନ ୧୨ଟା ଯାଏଁ ମୁଲତବି : ସେପଟେ ରାଜରାସ୍ତାରେ ବିଜେଡି ବିଧାୟକଙ୍କ ପ୍ରତିବାଦ

ଆଜି ବି ବିଧାନସଭା ଅଚଳ। ଲଗାତର ୪ଦିନ ଅଚଳ ପରେ ଆଜି ବି ଚାଲିପାରିଲାନି ଗୃହ । ଶାସକ ଏବଂ ବିରୋଧୀ ଦଳର ସଦସ୍ୟଙ୍କ ଜିଦ୍ ଯୋଗୁଁ ଗୃହ ଚାଲିପାରୁନି । ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ ଶାସକ-ବିରୋଧୀ ସଦସ୍ୟଙ୍କ ନାରାବାଜି । ଗୃହରେ ହଟ୍ଟଗୋଳ ଯୋଗୁଁ ଦିନ ୧୨ଟା ଯାଏଁ ଗୃହ କାର୍ଯ୍ୟ ମୁଲତବି ରଖିଲେ ବାଚସ୍ପତି ।

ସେପଟେ ରାଜରାସ୍ତାରେ ବିଜେଡି ଦଳର ବିଧାୟକ । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ଶାସକ ଦଳ ବିଧାୟକ । ବିଧାନସଭାରୁ ବିଜେଡି ବିଧାୟକମାନେ ବାହାରି ରାଜଭବନ ଅଭିମୁଖେ ଯାଉଛନ୍ତି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ସେମାନଙ୍କ ଦାବି ଜଣାଇବେ ।

ଉଲ୍ଲେଖଯୋଗ୍ୟ ଯେ, ଗତକାଲି ସର୍ବଦଳୀୟ ବୈଠକ ବି ବିଫଳ ହୋଇଥିଲା । ବିରୋଧୀ ଦଳ ଧାନ କିଣା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବାକୁ ଅଡ଼ି ବସିଥିବା ବେଳେ ସରକାରୀ ଦଳ ଏଥିରେ ରାଜି ନୁହନ୍ତି । ଯେଉଁଥି ପାଇଁ କୌଣସି ନିଷ୍କର୍ଷ ବହିରିପାରିଲା ନାହିଁ ।

ଆଜି ପ୍ରଶ୍ନ କାଳରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ମତ୍ସ୍ୟ ପଶୁସମ୍ପଦ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ବିଭାଗର ପ୍ରଶ୍ନ ଉତ୍ତର ଆଲୋଚନା ହେବ। ଏହା ସହିତ ଗୃହ ଏବଂ ନଗର ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ ।