ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି୨୦

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି୨୦
ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି୨୦

ଶୁକ୍ରବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ସଂଧ୍ୟା ୭ଟାରେ ଆରମ୍ଭ ହେବ । ଏହି ମ୍ୟାଚରେ କିଏ ଇନିଂସ ଓପନ୍ କରିବେ ସେ ନେଇ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ବଡ଼ ବୟାନ ଦେଇଛନ୍ତି।

କୋହିଲ କହିଛନ୍ତି ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ ସହ ଲୋକେଶ ରାହୁଲ ଇନିଂସ ଓପନ୍ କରିବେ । ଅର୍ଥାତ ପ୍ରଥମ ଟି-ଟ୍ବେଣ୍ଟିଂରେ ଶିଖର ଧାୱନଙ୍କୁ ବାହାରେ ବସିବାକୁ ପଡ଼ିପାରେ । ଯଦି ରୋହିତ କିମ୍ବା ରାହୁଲଙ୍କୁ ଆରାମ ଦିଆଯାଏ, ତାହେଲେ ଧାୱନ ବ୍ୟାକଅପ୍ ଓପନର ଭାବେ ଖେଳିବେ। ଟିମରେ ଅନେକ ଆକ୍ରମଣାତ୍ମକ ଖେଳାଳି ଅଛନ୍ତି ବୋଲି ସେ କହିଛନ୍ତି । ଏମିତି କିଛି କ୍ରିକେଟର୍ ଅଛନ୍ତି, ଯିଏ ବିନା ଚାପରେ ବ୍ୟାଟିଂ କରିପାରିବେ। ତେଣୁ ଆମେ ପ୍ରଥମ ଟି-୨୦ରେ ସେହିଭଳି ଖେଳାଳିଙ୍କୁ ସୁଯୋଗ ଦେବୁ।

ସେହିପରି ମିଡିଲ୍ ଅର୍ଡରରେ କୋହଲିଙ୍କ ପରେ ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ ଆଦି ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ମିଳିପାରେ। ଏହି ସିରିଜ୍ ଜରିଆରେ ଟିମ୍ ଇଣ୍ଡିଆ ଚଳିତ ବର୍ଷ ହେବାକୁଥିବା ଟି-୨୦ ୱାର୍ଲ୍ଡ କପ୍ ପାଇଁ ସନ୍ତୁଳିତ ଟିମ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି। ପୂର୍ବରୁ ଭାରତ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୩-୧ ରେ କବଜା କରିସାରିଛି ।

ସୂଚନାଯୋଗ୍ୟ, ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଖେଳିଥିବା କ୍ରମାଗତ ଦୁଇଟି ସିରିଜ୍‌ରେ ବିଜୟ ହାସଲ କରିଛି। ୨୦୧୭ରେ ଭରାତରେ ଖେଳାଯାଇଥିବା ସିରିଜ୍‌ରେ ଭାରତୀୟ ଦଳ ୨-୧ରେ ବିଜୟୀ ହୋଇଥିଲା। ଏହା ପରେ ୨୦୧୮ରେ ଇଂଲଣ୍ଡରେ ଅନୁଷ୍ଠିତ ସିରିଜ୍‌ରେ ମଧ୍ୟ ଭାରତୀୟ ଦଳ ୨-୧ରେ ସିରିଜ୍ ହାତେଇଥିଲା। ଏଥର ଯଦି ଭାରତୀୟ ଦଳ ବିଜୟୀ  ହୁଏ ତେବେ ଇଂଲଣ୍ଡ ବିପକ୍ଷରେ ସିରିଜ୍‌ ଜିତିବାରେ ହ୍ୟାଟ୍ରିକ ହେବ।