ଆଜି ଶପଥନେବେ ନୂତନ ମୁଖ୍ୟ ବିଚାରପତି
କଟକ, ଓଡିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଡ.ଏସ ମୁରଲୀଧର ଆସନ୍ତାକାଲି ଶପଥ ଗ୍ରହଣ କରିବେ। ରାଜଭବନର ଅବିଶେକ ହଲରେ ପୂର୍ବାହ୍ନ ସାଢେ ନଅଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ବୋଲି ରାଜ୍ୟ ଗୃହବିଭାଗ ପକ୍ଷରୁ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଜଷ୍ଟିସ୍ ମୁରଲୀଧର ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ। କୋଭିଡ଼୍-୧୯ କଟକଣାକୁ ଦୃଷ୍ଟିରେ ରଖି କମ୍ ସଂଖ୍ୟକ ବିଚାରପତି,ବିଚାର ବିଭାଗୀୟ ଅଧିକାରୀ ଓ ପୁଲିସ ଅଧିକାରୀ ଶପଥପାଠ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।
Comments (0)