ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିବେ।

ଖବର ଅନୁଯାୟୀ, ଆଜିର ଏହି ବୈଠକରେ ଶ୍ରୀମନ୍ଦିର ଚତୁପାର୍ଶ୍ବ  ଐତିହ୍ୟ କରିଡର ଓ ସୁରକ୍ଷା ଜୋନ ଯୋଜନାର ଚୁଡାନ୍ତ ପ୍ଲାନକୁ ଅନୁମୋଦନ କରାଯାଇପାରେ। ଐତିହ୍ୟ କରିଡରର ଯୋଜନା ପାଇଁ ରାଜ୍ୟ ସରକାର ଜନସାଧାରଣ, ଭକ୍ତ ଓ ବିଶେଷଜ୍ଞଙ୍କ ଠାରୁ ମତାମତ ଆହ୍ବାନ କରିଥିଲେ। ଏହି ମତାମତ ଆଧାରରେ ଐତିହ୍ୟ କରିଡୋର ସୌନ୍ଦର୍ଯ୍ୟକରଣ ପାଇଁ ହୋଇଥିବା ଯୋଜନାକୁ ଚୁଡାନ୍ତ ରୂପ ଦିଆଯାଇଛି। ଏହି ଯୋଜନାର କାର୍ଯ୍ୟକାରିତାକୁ ନେଇ ଆଜି ବୈଠକରେ ସବିଶେଷ ଆଲୋଚନା କରାଯିବ। ଏହାଛଡା ମହାପ୍ରଭୁଙ୍କ ଜମି ବିକ୍ରି ମାମଲା, ଶ୍ରୀଗୁଣ୍ତିଚା ମନ୍ଦିର ଖୋଲିବା ଇତ୍ୟାଦି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯିବ।