ଆଜି ସମ୍ବଲପୁରରେ ବିଜେପିର ବିଶାଳ ସମାବେଶ

ଆଜି ସମ୍ବଲପୁରରେ ବିଜେପିର ବିଶାଳ ସମାବେଶ
ଆଜି ସମ୍ବଲପୁରରେ ବିଜେପିର ବିଶାଳ ସମାବେଶ

ସମ୍ବଲପୁର, ମଣ୍ଡିରୁ ଧାନ ନ ଉଠିବା, କଟନିଛଟନୀ, ଟୋକନ ଅବ୍ୟବସ୍ଥା ଓ ପିଏମ୍ କିଶାନ ଯୋଜନାରେ ଚାଷୀଙ୍କ ସଂଖ୍ୟା କମିବା ଆଦି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ଏନେଇ ଆଜି ସମ୍ବଲପୁରରେ ବିଜେପି ଏକ ବିଶାଳ ସମାବେଶ କରିବାକୁ ଯାଉଛି।

ଏଥିରେ ପଶ୍ଚିମ ଓଡ଼ିଶାରେ ଥିବା ୫ଟି ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ଏବଂ ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀର ଚାଷୀମାନଙ୍କୁ ନେଇ ଆରଡିସି ଅଫିସ ଘେରାଉ କରାଯିବ। ସମାବେଶରେ ବିଜେପିର ଓଡ଼ିଶା ସହ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସଭାପତି ସମୀର ମହାନ୍ତି, ପଶ୍ଚିମ ଓଡ଼ିଶା ସାଂସଦ, ବିଧାୟକ ଏବଂ ତୁଙ୍ଗ ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।