ଆଜି ୩୫ ଜଣଙ୍କ ଜୀବନ ନେଲା କରୋନା

ଆଜି ୩୫ ଜଣଙ୍କ ଜୀବନ ନେଲା କରୋନା
ଆଜି ୩୫ ଜଣଙ୍କ ଜୀବନ ନେଲା କରୋନା

ଗତ ୨୪ ଘଣ୍ଟା ମଧ୍ୟରେ ୮୩୧୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।ମୃତକଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫ଜଣ ରହିଥିବା ବେଳେ କଟକ, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା , ନବରଙ୍ଗପୁର , ସୋନପୁର ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ଦେବଗଡ଼ , ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ ରହିଥିବା ବେଳେ ନୟାଗଡ଼, ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।