ଆତ୍ମହତ୍ୟା କଲେ ଦିଲ୍ଲୀ ବିଜେପି ପୂର୍ବତନ ଉପାଧ୍ୟକ୍ଷ

ଆତ୍ମହତ୍ୟା କଲେ ଦିଲ୍ଲୀ ବିଜେପି ପୂର୍ବତନ ଉପାଧ୍ୟକ୍ଷ
ଆତ୍ମହତ୍ୟା କଲେ ଦିଲ୍ଲୀ ବିଜେପି ପୂର୍ବତନ ଉପାଧ୍ୟକ୍ଷ

ଦିଲ୍ଲୀ ବିଜେପିର ପୂର୍ବତନ ଅଧ୍ୟକ୍ଷ ଜି ଏସ ବାବାଙ୍କ ଆତ୍ମହତ୍ୟା । ସୁଭାଷ ନଗରରେ ଥିବା ପାର୍କରେ ଗ୍ରୀଲରେ ନିଜ ବେକରେ ରଶି ଲଗାଇ ସେ ଏହି ଆତ୍ମହତ୍ୟା କରିଛନ୍ତି । ୫୮ ବର୍ଷୀୟ ଏହି ଭାଜପା ନେତା ଦିଲ୍ଲୀର ଫତେହ ନଗରରେ ରହୁଥିଲେ ।

ଗତକାଲି ସନ୍ଧ୍ୟାରେ ଲୋକେ ପାର୍କରେ ଭ୍ରମଣ କରୁଥିବାବେଳେ ଲୋକେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ପରେ ଲୋକେ ପୋଲିସକୁ ଏ ସଂପର୍କରେ ଖବର ଦେଇଥିଲେ । ପୋଲିସ ଯାଞ୍ଚ କରିବା ସମୟରେ ଏହା ଜି.ଏସ ବାବାଙ୍କ ମୃତଦେହ ବୋଲି ଜାଣିବାକୁ ପାଇଥିଲା । ବର୍ତ୍ତମାନ ମୃତଦେହ ଜବତ କରି ଘଟଣାର ଅଧିକ ଯାଞ୍ଚ କରୁଛି ପୋଲିସ । ତେବେ ମୃତଦେହ ନିକଟରୁ ସୁଇସାଇଡାଲ୍ ନୋଟ୍ ମିଳିନାହିଁ ।

ମୃତ ଜି.ଏସ ବାବା ବିଜେପିର ପଶ୍ଚିମ ଦିଲ୍ଲୀର ପ୍ରତିନିଧିତ୍ୱ କରୁଥିଲେ । ସରଳ ଏବଂ ହସଖୁସିଆ ମିଜାଜର ଏହି ନେତା କାହିଁ କି ଆତ୍ମହତ୍ୟା କଲେ ତାର କାରଣ ଜଣାପଡିନି । ସେପଟେ ନିଜ ପ୍ରିୟ ନେତାଙ୍କୁ ହରାଇବା ପରେ ବରିଷ୍ଠ ନେତୃବୃନ୍ଦ ଶୋକବ୍ୟକ୍ତ କରିଛନ୍ତି । ଏପରିକି ପରିବାର ଲୋକ ମଧ୍ୟ ଏପରି ଘଟଣା ପରେ ଦୁଃଖରେ ଭାଙ୍ଗିପଡିଛନ୍ତି ।