ଆପଣଙ୍କ ଶରୀରରେ ଏହିସବୁ ସଂକ୍ରମଣ ଥିଲେ, ଷ୍ଟ୍ରୋକ୍‌ ବିପଦ ଅଧିକ

ଆପଣଙ୍କ ଶରୀରରେ ଏହିସବୁ ସଂକ୍ରମଣ ଥିଲେ, ଷ୍ଟ୍ରୋକ୍‌ ବିପଦ ଅଧିକ
ଆପଣଙ୍କ ଶରୀରରେ ଏହିସବୁ ସଂକ୍ରମଣ ଥିଲେ, ଷ୍ଟ୍ରୋକ୍‌ ବିପଦ ଅଧିକ

ଗବେଷକମାନେ ଏବେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ପ୍ରଦାନ କରିଛନ୍ତି। ଯେଉଁ ବ୍ୟକ୍ତିଙ୍କର ମୂତ୍ର ଓ ଶ୍ୱସନ ତନ୍ତ୍ର ସଂକ୍ରମିତ ହୋଇଥିବ, ତାଙ୍କ ପକ୍ଷରେ ଷ୍ଟ୍ରୋକର ଆଶଙ୍କା ୨ଗୁଣା ବଢିଯାଏ। ଏକ ଗବେଷଣାରୁ ଜଣାପଡିଛି ଯେ, ରୋଗୀ ଯଦି ବାରମ୍ୱାର ସଂକ୍ରମଣର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତି ଏବଂ ଅଧିକ ଦିନ ଧରି ଏ ସଂକ୍ରମଣ ଲାଗି ରହେ, ତାହେଲେ କମିବା ବଦଳରେ ଏହାର ପ୍ରଭାବ ବଢି ବଢି ଯାଏ। ଶେଷରେ ରୋଗୀର ମୃତ୍ୟୁ ହୁଏ।*
*ଗବେଷଣାରୁ ଜଣାଯାଇଛି ଯେ, ଶ୍ୱସନ ତନ୍ତ୍ର ଓ ପରିସ୍ରା ନଳୀ ସଂକ୍ରମଣରେ ଯେଉଁ ଲୋକ ଡାକ୍ତଖାନାରେ ଭର୍ତ୍ତି ହୁଅନ୍ତି, ସେମାନଙ୍କୁ ୪୦% ଅଧିକ ହୃଦଘାତ ହେବାର ଆଶଙ୍କା ଥାଏ। ଏବଂ ୨.୫%ରୁ ଅଧିକ ଷ୍ଟ୍ରୋକ୍ ହେବାର ଆଶଙ୍କା ଥାଏ। ଯେଉଁମାନେ ଏ ପ୍ରକାର ସଂକ୍ରମଣର ଶିକାର ନହୋଇ, ଡାଇବେଟିସ୍, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ୍‌ ସମସ୍ୟା ଜନିତ ରୋଗରେ ପୀଡିତ ଥାଆନ୍ତି, ସେମାନଙ୍କ ଠାରେ ମଧ୍ୟ ଏ ପ୍ରଭାବ ଦେଖାଦେଇଥାଏ।*
*ବ୍ରିଟେନ୍‌ର ଏଷ୍ଟନ୍ ବିଶ୍ୱବିଦ୍ୟାଳୟର ଗବେଷକ ରାହୁଲ୍‌ ପୋଟିଙ୍କ ମତ ଅନୁସାରେ, ଏହି ସବୁ ସ୍ଥିତିରୁ ମୁକୁଳିବାର ଉପାୟ ଖୁବ୍ କମ୍‌। ତାଙ୍କର କହିବା କଥା ହେଲା ଯେ, ଭବିଷ୍ୟତରେ ହୃଦଘାତ ଓ ଷ୍ଟ୍ରୋକ୍‌ ହେବାର ମୁଖ୍ୟ କାରଣ ଡାଇବେଟିସ୍‌ ଓ ଉଚ୍ଚ ରକ୍ତଚାପ ଭଳି ଅନେକ ସଂକ୍ରମଣ।*
*ଗବେଷକମାନେ ୩୪,୦୨୭ ଜଣ ରୋଗୀଙ୍କୁ ନେଇ ଏହି ଗବେଷଣା କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ମେଦ ବହୁଳତା, ବିନା ସଂକ୍ରମଣକାରୀ ରୋଗୀ ଓ ଏହାସହ ତମାଖୁ, ଉଚ୍ଚ ରକ୍ତଚାପ, ଯକୃତ ରୋଗ ଆଦି ଉପରେ ଧ୍ୟାନ ରଖାଯାଇଥିଲା। ଏହି ଗବେଷଣାରୁ ଜଣାପଡିଥିଲା ଯେ ସଂକ୍ରମଣକାରୀଙ୍କ କ୍ଷେତ୍ରରେ ଷ୍ଟ୍ରୋକ୍‌ର ପ୍ରଭାବ ଅଧିକ ଥାଏ।*