ଆମ୍ବ ଗୋଟାଇବା ସମୟରେ ଦଳି ଦେଲା ହାତୀ, ମହିଳା ମୃତ

ଆମ୍ବ ଗୋଟାଇବା ସମୟରେ ଦଳି ଦେଲା ହାତୀ, ମହିଳା ମୃତ
ଆମ୍ବ ଗୋଟାଇବା ସମୟରେ ଦଳି ଦେଲା ହାତୀ, ମହିଳା ମୃତ

ଆମ୍ବ ଗୋଟାଇବା ସମୟରେ ଦଳି ଦେଲା ହାତୀ। ଏପରି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପୁରୁଣାଗଡ ରେଞ୍ଜ ତଳଗଡ଼ ଗାଁରେ। ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ମୃତ ମହିଳା ଜଣଙ୍କ ତଳଗଡ଼ ଗାଁର ମମତା ସେଠି ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ମମତା ଆଜି ଭୋରରେ ଗାଁ ମୁଣ୍ଡ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ସେଠାରେ ଆମ୍ବ ଗୋଟାଉଥିବା ବେଳେ ଏକ ହାତୀ ତାଙ୍କୁ ଦଳି ଦେବା ସହ ଶୁଣ୍ଢରେ ଫୋପାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମମତାଙ୍କ ମୃତ୍ୟୁ ହୋଇଥିଲା।

ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ଜଣାପଡିଛି। ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ବନବିଭାଗ ଅଧିକାରୀଙ୍କ କୌଣସି ନିଘା ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।