ଆମେରିକାରେ ଆରମ୍ଭ ହେଲା ବାଇଡେନ ଶାସନ

ଆମେରିକାରେ ଆରମ୍ଭ ହେଲା ବାଇଡେନ ଶାସନ
ଆମେରିକାରେ ଆରମ୍ଭ ହେଲା ବାଇଡେନ ଶାସନ

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଆଜି ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ଉତ୍ସବ ମୁଖର ହୋଇ ଉଠିଛି ୟୁଏସ୍ କ୍ୟାପିଟାଲ। ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍। କ୍ୟାପିଟାଲ ହିଲ୍ସରେ ଏହି ଶପଥ ଗ୍ରହଣ ସମାରୋହର ଆୟୋଜନ ହୋଇଥିବା ବେଳେ ଆମେରିକାର ମୁଖ୍ୟ ବିଚାରପତି ଜନ୍ ରବର୍ଟ ଶପଥ ଗ୍ରହଣ କରାଇଛନ୍ତି। ଶପଥ ଗ୍ରହଣ ପୂର୍ବରୁ ବାଇଡେନ ଟୁଇଟ କରି କହିଥିଲେ କି, ଆଜିଠୁ ଆମେରିକାରେ ନୂଆ ଦିନ ଆରମ୍ଭ ହେଲା।

ସେହିପରି ମହିଳା ଉପରାଷ୍ଟ୍ରପତି ଭାବେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଶପଥ ନେଇଛନ୍ତି। ତାଙ୍କୁ ଆମେରିକା ସୁପ୍ରିମକୋର୍ଟଙ୍କ ପ୍ରଥମ ଲାଟିନ ସଦସ୍ୟ ବିଚାରପତି ସୋଟାମେୟର ଶପଥ ଗ୍ରହଣ କରାଇଛନ୍ତି।
ଏହି ଶପଥଗ୍ରହଣ ସମାରୋହରେ ବିଶିଷ୍ଟ ବ୍ୟକ୍ତି ଭାବେ କ୍ଲିଣ୍ଟନ ଓ ଓବାମା ଦମ୍ପତି ଏହି ସମାରୋହରେ ସାମିଲ ହୋଇଛନ୍ତି।