ଆମେରିକାରେ ଭାଙ୍ଗିଲା ମହାତ୍ମା ଗାନ୍ଧୀଙ୍କ ପ୍ରତମୂୂର୍ତ୍ତି

ଆମେରିକାରେ ଭାଙ୍ଗିଲା ମହାତ୍ମା ଗାନ୍ଧୀଙ୍କ ପ୍ରତମୂୂର୍ତ୍ତି
ଆମେରିକାରେ ଭାଙ୍ଗିଲା ମହାତ୍ମା ଗାନ୍ଧୀଙ୍କ ପ୍ରତମୂୂର୍ତ୍ତି

ନୂଆଦିଲ୍ଲୀ,ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟର ଏକ ପଡ଼ିଆରେ ମାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କିଛି ଅଜଣା ଦୁର୍ବୁତ୍ତ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ଆମେରିକାରେ ରହୁଥିବା ଭାରତୀୟ କ୍ଷୋଭ ପ୍ରକାଶ କରିବା ସହ ଅଧିକାରୀକ ସ୍ତରରେ ଯାଞ୍ଚ କରିବାକୁ ଦାବି କରିଛନ୍ତି। ୧୯୪୮ ମସିହା ଆଜିର ଦିନରେ ମହାତ୍ମା ଗାନ୍ଧୀଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା।ଉତ୍ତର କାଲିଫର୍ଣ୍ଣିଆର ଡେଭିସ ସହରର ସେଣ୍ଟ୍ରାଲ ପାର୍କରେ ଥିବା ମହାତ୍ମା ଗାନ୍ଧୀଙ୍କ ୬ ଫୁଟ ଉଚ୍ଚ ଓ ୨୯୪ କେଜିର ପ୍ରତିମୂର୍ତ୍ତିକୁ ଭଙ୍ଗାଯାଇଛି। ପ୍ରତିମୂର୍ତ୍ତିର ଅଧା ଚେହେରା କ୍ଷତିଗ୍ରସ୍ତ ହେବା ସହ କିଛି ଅଂଶ ଉଭା ହୋଇଯାଇଛି। ମହାତ୍ମା ଗାନ୍ଧୀଙ୍କ କ୍ଷତିଗ୍ରସ୍ତ ପ୍ରତିମୂର୍ତ୍ତି ପ୍ରଥମେ ପାର୍କ କର୍ମଚାରୀ ଦେଖିଥିବା ପୁଲିସ ପ୍ରକାଶ କରିଛି।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ନଷ୍ଟ କରି ତାଙ୍କୁ ଅପମାନିତ କରାଯାଇଥିଲ।