ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ୧୭ ନିଷ୍ପତ୍ତି, ପ୍ରଥମ ଦିନରେ ନେଲେ ଏପରି ନିଷ୍ପତ୍ତି

ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ୧୭ ନିଷ୍ପତ୍ତି, ପ୍ରଥମ ଦିନରେ ନେଲେ ଏପରି ନିଷ୍ପତ୍ତି
ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ୧୭ ନିଷ୍ପତ୍ତି, ପ୍ରଥମ ଦିନରେ ନେଲେ ଏପରି ନିଷ୍ପତ୍ତି

ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କର ପ୍ରଥମ ଦିନରେ କାର୍ୟ୍ୟରେ ୧୭ଟି ବଡ ପ୍ରଶାସନିକ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏହି ଅନୁଯାୟୀ ଆମେରିକା ପୁନର୍ବାର ପ୍ୟାରିସ୍ ଜଳବାୟୁ ବୁଝାମଣାରେ ସାମିଲ ହେବା ସହିତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’)କୁ ପାଣ୍ଠି ଯୋଗାଣକୁ କାର୍ୟ୍ୟକାରୀ କରିବ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ୟ୍ୟକାଳ ସମୟରେ ଆମେରିକା ପ୍ୟାରିସ ଜଳବାୟୁ ବୁଝାମଣାରୁ ଓହରି ଯିବା ସହିତ ହୁ’ ପାଣ୍ଠି ଯୋଗାଣ ବନ୍ଦ କରିଦେଇଥିଲେ। ବାଇଡେନଙ୍କ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ପ୍ରଥମ ଦିନରେ ନିଆଯିବାକୁ ଥିବା ଅନ୍ୟ ନିଷ୍ପତ୍ତି ମଧ୍ୟରେ ରହିଛି ମୁସଲମାନ ବହୁଳ ରାଷ୍ଟ୍ରର ନାଗରିକଙ୍କ ଆମେରିକା ଆଗମନ କଟକଣା ଉଚ୍ଛେଦ।ଆମେରିକା-​ମେକ୍ସିକୋ ସୀମାରେ ପ୍ରାଚୀର ନିର୍ମାଣ ନିଷ୍ପତ୍ତି ସ୍ଥଗିତ ରଖିବା। ଟ୍ରମ୍ପଙ୍କ ଦ୍ବାରା ନିଆଯାଇଥିବା ଦେଶାଟନ ନୀତିକୁ ଉଚ୍ଛେଦ କରିବା। ଅବୈଧ ଭାବେ ଆମେରିକାରେ ରହିଆସୁଥିବା ବିଦେଶୀଙ୍କୁ ନାଗରିକତ୍ବ ପ୍ରଦାନ ନେଇ ନୂଆ ନୀତି ନିର୍ଦ୍ଧାରଣ କରିବା। ଦେଶରେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଫେଡେରାଲ ବିଲ୍ଡିଂର ସମସ୍ତ କର୍ମଚାରୀଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ଭଳି ନିଷ୍ପତ୍ତି ବାଇଡେନ ପ୍ରଶାସନ ନେଇଛି। ଏପରିକି ନୂଆ ପ୍ରଶାସନର ସମସ୍ତ ଅଧିକାରୀଙ୍କୁ ପ୍ରଥମ ୧୦୦ କାର୍ୟ୍ୟଦିବସରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ।