ଆମେରିକା ରେ ହିଂସା, 4 ମୃତ, ୧୫ ଦିନ ଜରୁରୀକାଳୀନ ପରିସ୍ଥିତି

ଆମେରିକା ରେ ହିଂସା, 4 ମୃତ, ୧୫ ଦିନ ଜରୁରୀକାଳୀନ ପରିସ୍ଥିତି
ଆମେରିକା ରେ ହିଂସା, 4 ମୃତ, ୧୫ ଦିନ ଜରୁରୀକାଳୀନ ପରିସ୍ଥିତି

ନୂଆଦିଲ୍ଲୀ, ଆମେରିକାରେ ଦେଖାଦେଇଥିବା ହିଂସାକାଣ୍ଡକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୱାସିଂଟନରେ ହୋଇଥିବା ହିଂସାକାଣ୍ଡ ଓ ଗଣ୍ଡଗୋଳ ତାଙ୍କୁ ବ୍ୟଥିତ କରିଛି। ତେବେ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ କ୍ଷମତା ହସ୍ତାନ୍ତର ହେବା ଉଚ୍ଚିତ ବୋଲି ସେ କହିଛନ୍ତି। ବେଆଇନ ଆନ୍ଦୋଳନ ଦ୍ୱାରା ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନଷ୍ଟ କରିଦିଆଯିବା ଉଚ୍ଚିତ ନୁହେଁ ବୋଲି ମୋଦୀ ଟୁଇଟରରେ ଉଲ୍ଲେଖ କରିଛନ୍ତି।।

ସୂଚନା ଅନୁସାରେ ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ଜୋ ବାଇଡେନଙ୍କ ବିଜୟକୁ ବିରୋଧ କରି ୟୁଏଏସ୍ କ୍ୟାପିଟାଲ ଗ୍ରାଉଣ୍ଡ ତଥା ସଂସଦ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ଏହି ହିଂସାକାଣ୍ଡ ସମୟରେ ଅଜଣା ବ୍ୟକ୍ତିର ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାରୁ ୱାସିଂଟନ ମେୟର ସେଠାରେ କର୍ଫ୍ୟୁ ଜାରି କରିଛନ୍ତି।