Wednesday, February 18, 2026
32.5 C
Odisha

    ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି । ଟ୍ରମ୍ପ ରାଷ୍ଟ୍ରପତିଭାବ୍ ଶପଥ ନେବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଆଲୋଚନା । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଥିଲେ। ଉଭୟ ନେତା ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ ଏବଂ ଭାରତ ଏବଂ ଆମେରିକା ମଧ୍ୟରେ ପାରସ୍ପରିକ ଲାଭଦାୟକ ଏବଂ ବିଶ୍ୱସନୀୟ ଭାଗିଦାରୀକୁ ସୁଦୃଢ଼ କରାଯିବ ବୋଲି କହିଥିଲେ। ଦୁଇ ଦେଶ ସେମାନଙ୍କ ଲୋକଙ୍କ ମଙ୍ଗଳ ଏବଂ ବିଶ୍ୱ ଶାନ୍ତି, ସମୃଦ୍ଧି ଏବଂ ନିରାପତ୍ତା ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ।ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଭଲ ବ୍ୟକ୍ତିଗତ ସମ୍ପର୍କ ରହିଆସିଛି ଯାହାକି ପୂର୍ବରୁ ‘ହାଉଡି ମୋଦୀ’ ଏବଂ ‘ନମସ୍ତେ ଟ୍ରମ୍ପ’ ଭଳି ପ୍ରମୁଖ କାର୍ଯ୍ୟକ୍ରମରେ ସ୍ପଷ୍ଟ ହୋଇସାରିଛି। ଏହି ସବୁ ଘଟଣାରେ ଦୁଇ ନେତାଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କରେ ଉଷ୍ମତା ଦେଖିବାକୁ ମିଳିଥିଲା।
    ହ୍ବାଇଟହାଉସକୁ ପୁଣି ଥରେ ଟ୍ରମ୍ପଙ୍କ ଆଗମନ ଭାରତ ପାଇଁ ବେଶ ସକାରାତ୍ମକ ଘଟଣା ବୋଲି କୁହାଯାଉଛି । କାରଣ ନିଜର ପୂର୍ବ କାର୍ଯ୍ୟକାଳରେ ଟ୍ରମ୍ପ ଭାରତ ସହ ଭଲ ସମ୍ପର୍କ ରକ୍ଷା ଉପରେ ଗୁରୁତ୍ବ ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    17 %
    3.2kmh
    0 %
    Wed
    31 °
    Thu
    34 °
    Fri
    35 °
    Sat
    37 °
    Sun
    36 °

    ସମ୍ବନ୍ଧିତ