ଆସନ୍ତା କାଲି ପର୍ଯ୍ୟନ୍ତ ଦିଲ୍ଲୀ ସୀମାରେ ଇଣ୍ଟରନେଟ୍ ସେବା ବନ୍ଦ

ଆସନ୍ତା କାଲି ପର୍ଯ୍ୟନ୍ତ ଦିଲ୍ଲୀ ସୀମାରେ ଇଣ୍ଟରନେଟ୍ ସେବା ବନ୍ଦ
ଆସନ୍ତା କାଲି ପର୍ଯ୍ୟନ୍ତ ଦିଲ୍ଲୀ ସୀମାରେ ଇଣ୍ଟରନେଟ୍ ସେବା ବନ୍ଦ

ନୂଆଦିଲ୍ଲୀ, ଦିଲ୍ଲୀ ସୀମାରେ ଚାଷୀମାନେ ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି। ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀମାନଙ୍କ ଦ୍ୱାରା ହୋଇଥିବା ବ୍ୟାପକ ହିଂସା ଓ ଗତକାଲି ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ଆଇଇଡି ବିସ୍ଫୋରଣ ପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ଗାଜିପୁର ସୀମାରେ ଚାଷୀମାନେ ନୂତନ ଚାଷୀ ବିଲକୁ ରଦ୍ଧ କରାନଯିବା ପର୍ଯ୍ୟନ୍ତ ଅନଶନ କରିବାକୁ ଆହ୍ୱାନ ଦେଇଛନ୍ତି। ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀର ସିଂଘୁ, ଗାଜିପୁର ଓ ଟିକିରି ସୀମାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଗତକାଲି ରାତି ୧୧ଟାରୁ ଆସନ୍ତା ୩୧ ତାରିଖ ରାତି ୧୧ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ।

ଲୋକଙ୍କ ସୁରକ୍ଷା ଓ ଜରୁରୀକାଳୀନ ଅଧିନିୟମ ୨୦୧୭ ଆଧାରରେ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଏହା ପୂର୍ବରୁ ହରିଆଣା ସରକାର ରାଜ୍ୟର ୧୪ଟି ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟା ୫ଟାରୁ ଆଜି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରିଥିଲେ।