ଆସନ୍ତୁ ଜାଣିବା, କିପରି ଅନଲାଇନରେ ଟିକାକରଣ ପାଇଁ ପଞ୍ଜୀକରଣ କରିବେ

ଆସନ୍ତୁ ଜାଣିବା, କିପରି ଅନଲାଇନରେ ଟିକାକରଣ ପାଇଁ ପଞ୍ଜୀକରଣ କରିବେ
ଆସନ୍ତୁ ଜାଣିବା, କିପରି ଅନଲାଇନରେ ଟିକାକରଣ ପାଇଁ ପଞ୍ଜୀକରଣ କରିବେ

ଭୁବନେଶ୍ୱର:  ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଯୁବ ବର୍ଗଙ୍କଠାରେ ଉତ୍କଣ୍ଠା ବଢ଼ିଛି। ଆସନ୍ତା ୨୮ ତାରିଖରୁ କୋ-ୱିନ୍ ପ୍ଲାଟ ଫର୍ମରେ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ବର୍ଗ ବ୍ୟକ୍ତିଙ୍କ ଟିକାକରଣ ପାଇଁ ଅନଲାଇନରେ ଆବେଦନ ହେବ। ତେବେ କିପରି ଟିକା ପାଇଁ ନାମ ପଞ୍ଜୀକରଣ କରିବେ ଆସନ୍ତୁ ଜାଣିବା…

ପ୍ରଥମେ cowin.gov.inକୁ ଯାଇ ସେଠାରେ ରୋଜିଷ୍ଟର ବିକଳ୍ପରେ କ୍ଲିକ୍ କରନ୍ତୁ। ପରେ ସେଠାରେ ନିଜର ମୋବାଇଲ ନମ୍ବର ଦିଅନ୍ତୁ। ଏହାପରେ ଆପଣଙ୍କ ମୋବାଇଲକୁ ଏକ OTP ଯିବ। ସେହି OTPକୁ ପୋର୍ଟାଲରେ ଦେଇ VERIFYରେ କ୍ଲିକ୍ କରନ୍ତୁ। ଏହାପରେ ଟିକା ପଞ୍ଜୀକରଣ ପାଇଁ ଫର୍ମ ଆସିବ। ସେଠାରେ ନାମ, ବୟସ ଓ ନିଜ ସମ୍ପର୍କିତ ତଥ୍ୟ ପୂରଣ କରନ୍ତୁ। ଏଥିସହିତ ଫଟୋ ପରିଚୟ ପତ୍ର ଦିଅନ୍ତୁ। ଯଦି ଆପଣ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି, ସେ ସମ୍ପର୍କରେ ମଧ୍ୟ ତଥ୍ୟ ପ୍ରଦାନ କରନ୍ତୁ। ଏହାପରେ ତଳେ ଡାହାଣ ପଟେ ଥିବା REGISTER ବିକଳ୍ପରେ କ୍ଲିକ୍ କରନ୍ତୁ।

ଏହି ଭଳି ଭାବେ ଆପଣ ପଞ୍ଜିକୃତ କରିସାରିବା ପରେ ଟିକା ନେବା ପାଇଁ ଇଚ୍ଛା ଅନୁସାରେ ତାରିଖ ଓ ସ୍ଥାନ ବାଛନ୍ତୁ। ଯଦି ଆପଣ ପରିବାର ଅନ୍ୟ ସଦସ୍ୟଙ୍କ ନାମ ପଞ୍ଜୀକରଣ କରିବାକୁ ଚାହୁଁଛନ୍ତି ତେବେ ADD MORE ବଟନରେ କ୍ଲିକ୍ କରନ୍ତୁ।