ଆସିଲା ରାଜ୍ୟ ସରକାରଙ୍କ ଫେବୃଆରୀ ଗାଇଡଲାଇନ

ଆସିଲା ରାଜ୍ୟ ସରକାରଙ୍କ ଫେବୃଆରୀ ଗାଇଡଲାଇନ

ଭୁବନେଶ୍ୱର, କରୋନା ଲାଗି ରାଜ୍ୟ ସରକାର ଫେବୃଆରୀ ମାସ ଗାଇଡଲାଇନ ଜାରି କରିଛନ୍ତି। ଏହି ନୂଆ ଗାଇଡଲାଇନ ଫେବୃଆରୀ ୨୮ ପର୍ଯ୍ୟନ୍ତ ଲାଗୁ ରହିବ। କେନ୍ଦ୍ର ଗାଇଡଲାଇନ ମାନି ସତର୍କତାର ସହ କଣ୍ଟେନମେଣ୍ଟ ଜୋନ୍ ହେବ। ଜିଲ୍ଲାପାଳ ବା ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ସ୍ଥିର କରିବେ। ସାମାଜିକ, ରାଜନୈତିକ ଓ ଧାର୍ମିକ ସମାବେଶରେ ୫୦୦ ଲୋକଙ୍କୁ ଅନୁମତି ମିଳିବ। ଇଣ୍ଡୋର ହଲରେ ୫୦ ପ୍ରତିଶତ ସିଟର ଅନୁମତି ମିଳିବ ଏବଂ ଖୋଲା ଜାଗାରେ ପଡ଼ିଆ ଆକାର ଦେଖି ସମାଗମ ନିର୍ଦ୍ଧାରଣ ହେବ ବୋଲି ଜଣାପଡ଼ିଛି। ଯେକୌଣସି ସମାବେଶରେ ମାସ୍କ, ସାମାଜିକ ଦୂରତ୍ୱ ଓ ଥର୍ମାଲ ସ୍କ୍ରିନିଂ ଜରୁରୀ।

ପ୍ରାଥମିକ ସ୍କୁଲ ଖୋଲିବା ଲାଗି ଏସଓପି ପ୍ରସ୍ତୁତ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଛି। ଇଞ୍ଜିନିୟରିଂ କଲେଜ ଖୋଲିବାକୁ ନେଇ ବୈଷୟିକ ବିଭାଗ ନିଷ୍ପତ୍ତି ନେଇପାରିବ। ଏସଓପି ମାନି ସିନେମା ହଲ ଓ ଥିଏଟର ଖୋଲିପାରିବ। ଯାତ୍ରା ଓ ଖୋଲାମଞ୍ଚ ମଧ୍ୟ ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ଚାଲିପାରିବ। ଫେବୃଆରୀ ୧ରୁ ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବପରି ବାହାରେ ଛେପ ପକାଇଲେ ଦଣ୍ଡିତ ହେବାକୁ ପଡ଼ିବ। ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ଗୁଟଖା ଓ ପାନ ସେବନକୁ ମନା କରାଯାଇଛି।