ଇଣ୍ଟରପୋଲ ପୁଲିସ ଦ୍ୱାରା ନକଲି କରୋନା ଟିକା ଜବତ, ୪ ଜଣ ଅଭିଯୁକ୍ତ ଗିରଫ

ଇଣ୍ଟରପୋଲ ପୁଲିସ ଦ୍ୱାରା ନକଲି କରୋନା ଟିକା ଜବତ, ୪ ଜଣ ଅଭିଯୁକ୍ତ ଗିରଫ
ଇଣ୍ଟରପୋଲ ପୁଲିସ ଦ୍ୱାରା ନକଲି କରୋନା ଟିକା ଜବତ, ୪ ଜଣ ଅଭିଯୁକ୍ତ ଗିରଫ

ବିଶ୍ୱରେ କରୋନା ଟିକାକରଣର ତୀବ୍ରତା ବଢ଼ୁଥିବା ବେଳେ ନକଲି କରୋନା ଟିକା ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଯାଇଛି। ଚୀନ ଓ ଦକ୍ଷିଣ ଆଫ୍ରିକାର ଇଣ୍ଟରପୋଲ ପୁଲିସ ନକଲି କରୋନା ଟିକାର ହଜାର ହଜାର ଡୋଜ୍ ଜବତ କରିଛି।

ଏହି ଘଟଣା ପରେ ପୁଲିସ ତତ୍ପରତା ଦେଖାଇଛି। ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗର ବାହାର ଅଞ୍ଚଳରେ ନିର୍ମାଣ ହୋଇଥିବା ଏକ ଗୋଦାମରେ ନକଲି କରୋନା ଟିକାର ୪୦୦ ବୋତଲ ଜବତ ହୋଇଛି। ଏଥି ସହିତ ଘଟଣାରେ ୩ ଜଣ ଚୀନ ଓ ଜଣେ ଜାମ୍ବିଆ ନାଗରିକ ଗିରଫ ହୋଇଛନ୍ତି।

ଇଣ୍ଟରପୋଲର ସାଧାରଣ ସମ୍ପାଦକ ଜୁଏରଗେନ ଷ୍ଟୋକ କହିଛନ୍ତି, ଏହି ଚଢ଼ଉକୁ ଆମେ ସ୍ୱାଗତ କରୁଛୁ। ଚୀନରେ ମଧ୍ୟ ପୁଲିସ ନକଲି କରୋନା ଟିକା ବିକ୍ରି କରୁଥିବା ଗ୍ୟାଙ୍ଗର ଠିକଣା ଖୋଜୁଛି। ଇଣ୍ଟରପୋଲ ଉଭୟ ଚୀନ ଓ ଦକ୍ଷିଣ ଆଫ୍ରିକାରେ ନକଲି କରୋନା ଟିକା ବିକ୍ରି ଉପରେ ନଜର ରଖିଛି।