ଇଣ୍ଡୋନେସିଆରେ ଭୂମିକମ୍ପ , ୭ ମୃତ

ଇଣ୍ଡୋନେସିଆରେ ଭୂମିକମ୍ପ , ୭ ମୃତ

ନୂଆଦିଲ୍ଲୀ, ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୨ ଥିବା ଜଣାପଡ଼ିଛି। ମାଜେନା ସହର ଠାରୁ ୧୦ କିଲୋମିଟର ଦୂରରେ ଏହି ଭୂମିକମ୍ପ ହୋଇଛି। ଏଥିରେ ଶତାଧିକ ଘର ଭୁଶୁଡ଼ି ପଡ଼ିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଘର ଭୁଶୁଡ଼ି ପଡ଼ିବା ଫଳରେ ତା ତଳେ ଅନେକ ଫସି ରହିଛନ୍ତି। ଅନ୍ୟପଟେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା ରହିଛି।