ଖବରଦେଶ-ବିଦେଶ ଇତିହାସ ରଚିଲା ତୁର୍କୀ ନିର୍ମିତ ଡ୍ରୋନ୍, ବିଶ୍ୱର ପ୍ରଥମ ଦେଶ ଭାବେ ତୁର୍କୀକୁ ସଫଳତା By Hemant December 1, 2025 4 0 ଆଗକୁ ପଢନ୍ତୁ ସିଲିଣ୍ଡର ବିସ୍ଫୋରଣରୁ ଭୟଙ୍କର ଅଗ୍ନିକାଣ୍ଡ: ୩ ମହିଳାଙ୍କ ସମେତ ୨୩ ଜୀବନ୍ତ ଦଗ୍ଧ ଜଗତସିଂହପୁର ଜିଲ୍ଲାରେ ୩୯ତମ ଗୀତାଜ୍ଞାନ ଯଜ୍ଞ ମହୋତ୍ସବ ଅନୁଷ୍ଠିତ ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା DGCA, ୨୪ ଘଣ୍ଟାରେ ଉତ୍ତର ରଖିବାକୁ ନିର୍ଦ୍ଦେଶ Hemant ନୂଆଦିଲ୍ଲୀ : ଇତିହାସ ରଚିଲା ତୁର୍କୀର କିଜିଲେଲ୍ମା ଡ୍ରୋନ । ତୁର୍କୀର ମାନବବିହୀନ ଯୁଦ୍ଧ ବିମାନ ବା ଡ୍ରୋନ୍ ‘କିଜିଲେଲ୍ମା’ (KIZILELMA) ଏକ ଐତିହାସିକ ସଫଳତା ହାସଲ କରିଛି । ଏହି ଡ୍ରୋନ୍ ଟି ଆକାଶ ମାର୍ଗରେ ଉଡୁଥିବା ଏକ ଦ୍ରୁତଗାମୀ ଟାର୍ଗେଟ୍ ବିମାନକୁ ମିସାଇଲ ମାଡ଼ କରି ଖସାଇ ଦେଇଛି । ବିଶ୍ୱରେ ପ୍ରଥମ ଥର ପାଇଁ କୌଣସି ଡ୍ରୋନ୍ ଆକାଶରୁ ଆକାଶକୁ (Air-to-Air) ଆକ୍ରମଣ କରି ଅନ୍ୟ ବିମାନକୁ ଧ୍ୱଂସ କରିବାରେ ସଫଳ ହୋଇଛି । ଏହି ପରୀକ୍ଷଣର ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଥିଲା । ଅର୍ଥାତ୍, ଶତ୍ରୁ ବିମାନକୁ ଠାବ କରିବା ଠାରୁ ଆରମ୍ଭ କରି ମିସାଇଲ୍ ମାଡ଼ କରିବା ପର୍ଯ୍ୟନ୍ତ ମଣିଷର କୌଣସି ହସ୍ତକ୍ଷେପ ନଥିଲା । ଡ୍ରୋନ୍ ନିଜେ ନିଷ୍ପତ୍ତି ନେଇ ଟାର୍ଗେଟ୍ କୁ ଧ୍ୱଂସ କରିଥିଲା । ଏଥିରେ ତୁର୍କୀର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ‘ଗୋକଡୋଗାନ୍’ ମିସାଇଲ୍ ବ୍ୟବହାର କରାଯାଇଥିଲା । ଏହି ପରୀକ୍ଷଣ ବେଳେ ‘କିଜିଲେଲ୍ମା’ ଡ୍ରୋନ୍ ସହିତ ତୁର୍କୀ ବାୟୁସେନାର ୫ଟି F-16 ଯୁଦ୍ଧ ବିମାନ ମଧ୍ୟ ଉଡ଼ାଣ ଭରିଥିଲେ । ଭବିଷ୍ୟତରେ ମଣିଷ ଚାଳିତ ବିମାନ ଏବଂ ଡ୍ରୋନ୍ କିପରି ଏକାଠି ମିଶି କାମ କରିବେ, ତାହାର ଏକ ଉଦାହରଣ ପ୍ରସ୍ତୁତ କହିଛି। ବାୟକାର୍ କମ୍ପାନୀର ମୁଖ୍ୟ ସେଲ୍ କୁକ୍ ବାୟରାକ୍ତାର କହିଛନ୍ତି, “ଏହା ଏକ ନୂତନ ଯୁଗର ଆରମ୍ଭ । ଏବେ ମାନବବିହୀନ ଲଢୁଆ ବିମାନ ଆକାଶରେ ନିଜର ପ୍ରାଧାନ୍ୟ ବିସ୍ତାର କରିବେ । ‘କିଜିଲେଲ୍ମା’ର ବେଗ ଶବ୍ଦର ବେଗ ଠାରୁ ଅଧିକ ରହିଥିବା ବେଳେ ଏହା ରାଡାର୍ ରେ ସହଜରେ ଧରାପଡିବ ନାହିଁ । ଏହି ପରୀକ୍ଷଣ ସହ ତୁର୍କୀ ବିଶ୍ୱର ଅନ୍ୟ ଶକ୍ତିଶାଳୀ ଦେଶମାନଙ୍କୁ ପଛରେ ପକାଇ ଡ୍ରୋନ୍ ଟେକ୍ନୋଲୋଜିରେ ଆଗୁଆ ହୋଇପାରିଛି । Continue Reading ଖବରଦେଶ-ବିଦେଶ TagsInternationalTurkey drone Share FacebookTwitterPinterestWhatsApp Previous article୩ ଦିନ ପରେ ରାଜ୍ୟକୁ ଫେରିବ ଶୀତ, ୩ ଡିଗ୍ରୀ କମିବ ତାପମାତ୍ରାNext articleରାସ୍ତା ମଝିରେ ହୁହୁ ହୋଇ ଜଳିଗଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଅନ୍ୟାନ୍ୟ ଖବର ଜଗତସିଂହପୁର ଜିଲ୍ଲାରେ ୩୯ତମ ଗୀତାଜ୍ଞାନ ଯଜ୍ଞ ମହୋତ୍ସବ ଅନୁଷ୍ଠିତ ନେପାଳରେ ଭୂମିକମ୍ପ ଝଟକା, ତୀବ୍ରତା ୪.୬ ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍ ପ୍ରାକ୍ଟିସ ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା ପାଣିପାଗ Odisha scattered clouds enter location 15.9 ° C 15.9 ° 15.9 ° 43 % 1.7kmh 35 % Sun 16 ° Mon 26 ° Tue 26 ° Wed 26 ° Thu 27 ° ସମ୍ବନ୍ଧିତ ଜଗତସିଂହପୁର ଜିଲ୍ଲାରେ ୩୯ତମ ଗୀତାଜ୍ଞାନ ଯଜ୍ଞ ମହୋତ୍ସବ ଅନୁଷ୍ଠିତ ନେପାଳରେ ଭୂମିକମ୍ପ ଝଟକା, ତୀବ୍ରତା ୪.୬ ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍ ପ୍ରାକ୍ଟିସ ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ
ଏବେ ମାନବବିହୀନ ଲଢୁଆ ବିମାନ ଆକାଶରେ ନିଜର ପ୍ରାଧାନ୍ୟ ବିସ୍ତାର କରିବେ । ‘କିଜିଲେଲ୍ମା’ର ବେଗ ଶବ୍ଦର ବେଗ ଠାରୁ ଅଧିକ ରହିଥିବା ବେଳେ ଏହା ରାଡାର୍ ରେ ସହଜରେ ଧରାପଡିବ ନାହିଁ । ଏହି ପରୀକ୍ଷଣ ସହ ତୁର୍କୀ ବିଶ୍ୱର ଅନ୍ୟ ଶକ୍ତିଶାଳୀ ଦେଶମାନଙ୍କୁ ପଛରେ ପକାଇ ଡ୍ରୋନ୍ ଟେକ୍ନୋଲୋଜିରେ ଆଗୁଆ ହୋଇପାରିଛି ।