ଇଂଲଣ୍ଡ: ୮ଟି ୱିକେଟ ହରାଇ ୫୫୫ ରନ୍

ଇଂଲଣ୍ଡ: ୮ଟି ୱିକେଟ ହରାଇ ୫୫୫ ରନ୍
ଇଂଲଣ୍ଡ: ୮ଟି ୱିକେଟ ହରାଇ ୫୫୫ ରନ୍

ଚେନ୍ନାଇ:ଭାରତ ଓ ଇଂଲଣ୍ଡର ୪ଟି ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟଚ ଏମଏସ ଚିଦାମ୍ବରମ ଷ୍ଟାଡିୟମରେ ଜାରି ରହିଛି। ଏହି ମ୍ୟାଚର ଆଜି ଦ୍ୱିତୀୟ ଦିବସରେ ମଧ୍ୟ ଇଂଲଣ୍ଡ ଅପରାଜୟ ରହିଛି। ଦ୍ୱିତୀୟ ଦିନ ସହିତ ଇଂଲଣ୍ଡ ୧୮୦ ଓଭରରେ ୮ଟି ୱିକେଟ ହରାଇ ୫୫୫ ରନ୍ କରିଛି। ଡୋମନିକ ବେସ ୮୪ଟି ବଲ ଖେଳି ୨୮ ରନ ଓ ଜେକ ଲିଚ ୨୮ ବଲରେ ୬ ରନ କରି ଖେଳକୁ ଜାରି ରଖିଛନ୍ତି।

୧୭୦ ଓଭରରେ ଇଶାନ୍ତ ଶର୍ମା ଲଗାତାର ୨ଟି ବଲରେ ୨ଟି ୱିକେଟ ହାସଲ କରିଥିଲେ। ଜୋ ରୁଟ ଆଉଟ ହେବା ପରେ ବଟଲର ବେସ ସହିତ ୪୮ ରନ କରିଥିଲେ। ଇଂଲଣ୍ଡ ଦଳର ଅଧିନାୟକ ଜୋଇ ରୁଟ ୩୭୭ ବଲରେ ୨୧୮ ରନ କରିଛନ୍ତି। ସେହିପରି ଡୋମନିକ୍ ସିବଲି ୨୮୬ ବଲରେ ୮୭ ରନ୍ ଓ ବେନ୍ ଷ୍ଟୋକ୍ସ ୧୧୮ ବଲରେ ୮୨ ରନ୍ କରିଛନ୍ତି।
ସେହିପରି ଭାରତୀୟ ବୋଲରଙ୍କ ଭିତରେ ଇଶାନ୍ତ ଶର୍ମା, ଜଶପ୍ରୀତ୍‌ ବୁମରାହ, ରବିଚନ୍ଦ୍ରନ ଅଶ୍ୱିନୀ ଓ ଶାହାବାଜ ନଦୀମ ୨ଟି ଲେଖାଏଁ ୱିକେଟ ହାସିଲ କରିଛନ୍ତି।