Monday, December 15, 2025
13.9 C
Odisha

    ଇସ୍ରାଏଲ-ହମାସଙ୍କ ଯୁଦ୍ଧବିରତିକୁ ନେଇ ମନ୍ତବ୍ୟ ଦେଲେ ଟ୍ରମ୍ପ, ଦ୍ରୁତ ଗତିରେ ଆଗକୁ ବଢିବାକୁ ଦେଲେ ଚେତାବନୀ

    ଆଗକୁ ପଢନ୍ତୁ

    ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଅର୍ଥାତ୍ ଆଜି ଇସ୍ରାଏଲ ଏବଂ ହମାସକୁ ଶାନ୍ତି ଯୋଜନାରେ ତୀବ୍ରବେଗରେ ଆଗକୁ ବଢିବାକୁ ଅନୁରୋଧ କରିଛନ୍ତି । ଏହା ବ୍ୟତୀତ ଏଥିରେ ବିଳମ୍ବ କଲେ ରକ୍ତପାତ ହେବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି । ଆଜି ମିଶରରେ ଇସ୍ରାଏଲ ଏବଂ ହମାସ ଯୁଦ୍ଧବିରତିକୁ ନେଇ ଆଲୋଚନା କରିବାକୁ ଯାଉଥିଲାବେଳେ ତାଙ୍କର ଏହି ମନ୍ତବ୍ୟ ଶୁଣିବାକୁ ମିଳିଛି ।

    ଏହାରି ମଧ୍ୟରେ ଟ୍ରମ୍ପ ତାଙ୍କର ଏକ ପୋଷ୍ଟରେ କହିଛନ୍ତି ଯେ, ’’ହମାସ ଏବଂ ବିଶ୍ୱର ବିଭିନ୍ନ ଦେଶ ସହିତ ବନ୍ଧକମାନଙ୍କୁ ମୁକ୍ତ କରିବା ଏବଂ ଯୁଦ୍ଧବିରତି ବିଷୟରେ ସକାରାତ୍ମକ ଆଲୋଚନା କରିଛୁ।’’ ଏହା ଛଡ଼ା ସେ କହିଛନ୍ତି ଯେ ଏହି ଆଲୋଚନା ସଫଳ ହେବା ସହିତ ଦ୍ରୁତ ଗତିରେ ଆଗକୁ ବଢୁଛି । ଶେଷ ବିବରଣୀ ସ୍ପଷ୍ଟ କରିବା ପାଇଁ ମିଶରରେ ବୈଠକ କରାଯିବ ।

    ଅନ୍ୟପଟେ ଏହି ଆଲୋଚନା ସଫଳ ରହି ଦ୍ରୁତ ଗତିରେ ଆଗେଇ ଚାଲିଛି । ପ୍ରଥମ ପର୍ଯ୍ୟାୟ ଏହି ସପ୍ତାହରେ ସମାପ୍ତ ହେବା ଉଚିତ ବୋଲି ମଧ୍ୟ କହିଛନ୍ତି । ଯାହା ଉପରେ ସେ ନଜର ରଖିବେ । ଯଦି ହମାସ ଗାଜା ଷ୍ଟ୍ରିପ୍ ପାଇଁ ପ୍ରସ୍ତାବିତ ଶାନ୍ତି ଚୁକ୍ତିରେ ରାଜି ନହୁଏ, ତେବେ ଏହା ଅଧିକ ଆକ୍ରମଣର ସମ୍ମୁଖୀନ ହେବ। ଗାଜା ଷ୍ଟ୍ରିପ୍ ରେ ଶାନ୍ତି ଫେରାଇ ଆଣିବା ପାଇଁ ଟ୍ରମ୍ପଙ୍କ ଯୋଜନାକୁ ଇସ୍ରାଏଲ ଏବଂ ହମାସ ଉଭୟ ଗ୍ରହଣ କରିଛନ୍ତି ।

    ଏହା ବ୍ୟତୀତ ହମାସର ସମ୍ମତି ମିଳିବା ପରେ ଟ୍ରମ୍ପ ଇସ୍ରାଏଲକୁ ବୋମା ମାଡ଼ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ହମାସର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ, ଅନେକ ମତଭେଦ ରହିଛି ଯାହା ଉପରେ ଆଲୋଚନା କରିବା ଆବଶ୍ୟକ । ଏଥିସହ ଟ୍ରମ୍ପ ହମାସର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଏବଂ ଏବେ ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଜୋର ଦେଉଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.9 ° C
    13.9 °
    13.9 °
    59 %
    1.1kmh
    0 %
    Mon
    28 °
    Tue
    28 °
    Wed
    28 °
    Thu
    27 °
    Fri
    26 °

    ସମ୍ବନ୍ଧିତ