ଈଶ୍ୱରଙ୍କୁ କେଉଁଠି ଖୋଜିବା?

ଈଶ୍ୱରଙ୍କୁ କେଉଁଠି ଖୋଜିବା?
ଈଶ୍ୱରଙ୍କୁ କେଉଁଠି ଖୋଜିବା?

ପରମାତ୍ମା ହେଉଛନ୍ତି ଆମର ସ୍ବରୂପ ।ତାଙ୍କୁ ପାଇବା ପାଇଁ କେଉଁଠି କୁ ଯାତ୍ରା କରିବାକୁ ପଡିବ ନାହି ।ପରମାତ୍ମା ହେଇଛନ୍ତି ସହଜ , ସ୍ୱୟଂ ନିଜେ । ତେଣୁ କିଏ କାହାକୁ ଖୋଜିବାକୁ କେଉଁଠି କୁ ଯିବ ? ଅତି ସହଜ ରେ ବୁଝିବାକୁ ହେଲେ ଆମର ନିଜର ସ୍ବରୂପ ସ୍ବଭାବ ଅଗ୍ନି ର ଉସ୍ମତା ପରି ଅଭିନ୍ନ । ଏହା କହିବାର ଉଦ୍ଦେଶ୍ୟ ଆମେ ନିଜକୁ ଜାଣି ଗଲେ ବିଶ୍ୱରେ ସବୁକିଛି ସହଜ ହୋଇଯିବ । ପରମାତ୍ମା ଏଇଠି ଏବେ ଅଛନ୍ତି କୁଆଡେ ଯିବାର ପ୍ରୟୋଜନ ନାହିଁ , ସିଏ ହେଇଛନ୍ତି ତୁମେ ନିଜେ । କାରଣ ସେ ଅଖଣ୍ଡ ହୋଇଥିବାରୁ ସେ ସବୁ ସ୍ଥାନ , କାଳ ଏବଂ ବସ୍ତୁ ପଦାର୍ଥ ରେ ବିଦ୍ୟମାନ । ପରମାତ୍ମା ଓ ଆମ ଭିତରେ କୌଣସି ପ୍ରକାର ପ୍ରତିବନ୍ଧକ ନାହଁ ତେଣୁ ତାଙ୍କୁ ପ୍ରାପ୍ତି କରିବାର କୌଣସି ସାଧନା ର ଆବଶ୍ୟକ ନାହଁ । ତାଙ୍କୁ ପ୍ରାପ୍ତ କରିବା ପାଇଁ ଶୁଦ୍ଧ ବୁଦ୍ଧି ର ଆବଶ୍ୟକ । ପ୍ରାପ୍ତ କରିବାର ଅର୍ଥ ହେଉଛି ଯାହା ମିଳିଛି ତାକୁ ଅନୁଭବ କରିବା ପାଇଁ ବୁଦ୍ଧି ଓ ଵିଚାର ର ଆବଶ୍ୟକ ଅଛି ।ପରମାତ୍ମା ଯେବେ ଦୂର ରେ ଥାନ୍ତେ ତେବେ ତାଙ୍କ ଠିକଣା ନେଇ ଯାତ୍ରା ଆରମ୍ଭ କଲେ ମିଳିଯାଇ ଥାନ୍ତେ । ଯିଏ ସ୍ୱୟଂ ପରମାତ୍ମା ତେଣୁ ଯାତ୍ରା କାହାକୁ କୁଆଡେ କରିବେ, ଧ୍ୟାନ , ସାଧନା କାହାକୁ କରିବେ । ଆମ ନିଜେ ଆମର ଅହଂକାର କୁ ହଜାଇ ଦେଲେ ବା ଶୁନ କରିଦେଲେ ସେ ମିଳିଯିବେ। ଅହଙ୍କାର ହିଁ ପରମାତ୍ମା ହେବାରେ ପ୍ରତିବନ୍ଧକ ।*

*ସତ୍ୟ ଭିତରେ ବିଦ୍ୟାମାନ ଅଛି , ତାକୁ ଅନ୍ୟ ବସ୍ତୁ ବୋଲି ବାହାରେ ଖୋଜିଲେ ମିଳିବ ନାହିଁ । କାରଣ ସେ ଆମ ମନ, ବୁଦ୍ଧି, ଆଖି , କାନ ର ପଛ ପଟେ ଛିଡା ହୋଇ ସବୁ ଦେଖୁଛନ୍ତି , ସବୁ ଶୁଣୁଛନ୍ତି ।ଯାହାକୁ କେବେହେଲେ ଆମେ ହଜାଇ ନାହେଁ ତାକୁ ବାହାରେ ଖୋଜିଲେ  କିପରି ମିଳିବେ । କସ୍ତୁରୀ ମୃଗ ର ନାଭି ରେ ରହିଥାଏ କିନ୍ତୁ ସେହି ସୁଗନ୍ଧ ରେ ବିହ୍ଵଳିତ ହୋଇ ମୃଗ ସାରା ବନ ରେ ସେହି ସୁଗନ୍ଧ ରେ ଅନ୍ୱେଷଣ ରେ ଘୁରିବୁଲି ଶେଷ ରେ ମୃତ୍ୟୁ ହୋଇଯାଇଥାଏ କିନ୍ତୁ ସେ ଜାଣି ପାରେ ନାହିଁ ସେହି ସୁଗନ୍ଧ ତାର ନିଜ ପାଖରୁ ଆସୁଛି ବୋଲି । ଆମ ସବୁ ସେହି ମୃଗ ପରି ଜୀବନ ନିର୍ବାହ କରି ନିଜଠାରୁ ଦୂର ପାରମାତ୍ମା ଙ୍କୁ ବାହାରେ ଖୋଜୁଛେ , ପରିଣତି ମୃଗ ପରି ଭୋଗୁଛେ ।*

*ଆମେ ସବୁବେଳେ ପଣ୍ତିତ , ଜ୍ଞାନୀ, ମହାତ୍ମା , ତ୍ୟାଗୀ , ଦାନୀ ହେବା ପାଇଁ ଚେଷ୍ଟା କରୁଛେ ।ଏହି ବିଶିଷ୍ଟ ହେବାର ଚେଷ୍ଟା ହିଁ ଅହଙ୍କାର ରୁପି ଭୋଜନ କରୁଛେ । ସାଧାରଣ ହେବା ହିଁ ଅହଙ୍କାର ର ମୃତ୍ୟୁ । ବିଶିଷ୍ଟ ହେବା ର ଚେଷ୍ଟା ହିଁ ନିଜଠାରୁ ବିଚ୍ୟୁତ ହେବା । ଆଉ ବିଶିଷ୍ଟ ହେବା ପାଇଁ ଚେଷ୍ଟା ହିଁ ବନ୍ଧନ । କାରଣ କର୍ତ୍ତା ହେବା ବନ୍ଧନ ରେ ପଡ଼ିବା , ସାକ୍ଷୀ ହୋଇ ରହିବା ମୁକ୍ତ ହୋଇଯିବା । ଅହଙ୍କାର ର ଆବରଣ ରୁ କ୍ଷାନ୍ତ ରହି ସାକ୍ଷୀ ଭାବକୁ ଧାରଣ କରିବା ହିଁ ସ୍ୱୟଂ କୁ ଅନୁଭବ କରିବାର ଉତ୍ତମ ସାଧନା ।