ଉତ୍ତରପ୍ରଦେଶ ପ୍ରଜ୍ଞାପନ ମେଢ଼କୁ ପ୍ରଥମ ପୁରସ୍କାର

ଉତ୍ତରପ୍ରଦେଶ ପ୍ରଜ୍ଞାପନ ମେଢ଼କୁ ପ୍ରଥମ ପୁରସ୍କାର
ଉତ୍ତରପ୍ରଦେଶ ପ୍ରଜ୍ଞାପନ ମେଢ଼କୁ ପ୍ରଥମ ପୁରସ୍କାର

ନୂଆଦିଲ୍ଲୀ,ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନୂଆଦିଲ୍ଲୀର ରାଜପଥରେ ଅନୁଷ୍ଠିତ ପରେଡରେ ଉତ୍ତରପ୍ରଦେଶ ପ୍ରଜ୍ଞାପନ ମେଢକୁ ପ୍ରଥମ ପୁରସ୍କାର ମିଳିଛି। ଏହି ପ୍ରଜ୍ଞାପନ ମେଢରେ ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମମନ୍ଦିରର ପ୍ରତିକୃତି, ଅଯୋଧ୍ୟାର ଦୀପୋତ୍ସବ ଓ ରାମାୟଣ ସଂକ୍ରାନ୍ତ କେତେକ ଧାର୍ମିକ ବିଷୟବସ୍ତୁକୁ ସ୍ଥାନିତ କରାଯାଇଥିଲା। ଉତ୍ତରପ୍ରଦେଶ ପଛକୁ ତ୍ରିପୁରାକୁ ୨ୟ ଓ ଉତ୍ତରାଖଣ୍ଡକୁ ୩ୟ ପୁରସ୍କାରରେ ସନ୍ତୁଷ୍ଟ ହେବାକୁ ପଡିଛି। ଏହି ପରେଡରେ ବିଭିିନ୍ନ ରାଜ୍ୟର ୧୭ଟି, ବିଭିନ୍ନ ମନ୍ତ୍ରଣାଳୟର ୯ଟି, ପ୍ରତିରକ୍ଷା ବାହିନୀର ୬ଟି ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲା।