ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ବେଙ୍ଗଲୁରୁ

ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ  ହରାଇଲା ବେଙ୍ଗଲୁରୁ
ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ  ହରାଇଲା ବେଙ୍ଗଲୁରୁ

ଇଣ୍ଡିଆନ୍ ପ୍ରିମିୟର ଲିଗର ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ବିଜୟୀ ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସକୁ ୨ ୱିକେଟରେ ହରାଇଛି ଆରସିବି । ଟସ୍ ଜିତି ପ୍ରଥମେ ଆରସିବି, ମୁମ୍ବାଇକୁ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୯ ରନ୍ କରିଥିଲା ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ବିରାଟ କୋହଲି ୬୦୦୦ ରନ୍ ପୂରଣ କରି ପ୍ରଥମ ଅଧିନାୟକ ଭାବେ ଆଇପିଏଲରେ ନିଜ ନାଁରେ ରେକର୍ଡ କରିଛନ୍ତି ।୧୬୦ ରନର ବିଜୟ ଲକ୍ଷ୍ୟ ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ଆରସିବିକୁ ୫ ଓଭରରେ ପ୍ରଥମ ଝଟକା ଲାଗିଥିଲା । ୧୦ ରନ୍ କରି ୱାଶିଂଟନ୍ ସୁନ୍ଦର ଆଉଟ୍ ହୋଇଥିଲେ । ୬ ଓଭରରେ ରଜତ ପାଟିଦାର ୮ ରନ୍ କରି ବୋଲ୍ଟଙ୍କ ଶିକାର ହୋଇଥିଲେ । ପ୍ରଥମ ପାୱାର ପ୍ଲେରେ ୪୬ ରନ୍ କରି ବେଙ୍ଗଳୁରୁ ୨ ୱିକେଟ୍ ହରାଇଥିଲା । ଆରସିବି ପକ୍ଷରୁ ଡେ ଭିଲର୍ସ ସର୍ବାଧିକ ୪୮ ରନ୍ କରିଥିବା ବେଳେ ମ୍ୟାକ୍ସ ୱେଲ୍ ୩୯, ବିରାଟ କୋହଲି ୩୩ ରନ୍ କରିଥିଲେ ।