ଉହାନ ଲ୍ୟାବ୍‌ରୁ ବାହାରିଥିଲା କୋଭିଡ-୧୯ : ଗୋଇନ୍ଦା ରିପୋର୍ଟ

ଉହାନ ଲ୍ୟାବ୍‌ରୁ ବାହାରିଥିଲା କୋଭିଡ-୧୯ : ଗୋଇନ୍ଦା ରିପୋର୍ଟ
ଉହାନ ଲ୍ୟାବ୍‌ରୁ ବାହାରିଥିଲା କୋଭିଡ-୧୯ : ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ:  କରୋନା ଭାଇରସ କେଉଁଠୁ ସୃଷ୍ଟି ହୋଇଛି ତାକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି । କେତେକ ଦେଶ ଏହା ଚୀନର ଉହାନ ଲ୍ୟାବରୁ ତିଆରି ହୋଇଥିବା କହିଛନ୍ତି । ଏହାମଧ୍ୟରେ ଆମେରିକାର ଏକ ରିପୋର୍ଟ ବିଶେଷଜ୍ଞଙ୍କୁ ଚକିତ କରିଛି । କରୋନା ବ୍ୟାପିବାର ୩ ମାସ ପୂର୍ବରୁ ଉହାନ ଲ୍ୟାବର ୩ଜଣ ବୈଜ୍ଞାନିକ ଅସୁସ୍ଥ ହୋଇଯାଇଥିଲେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଓ୍ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ, ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ୩ ଜଣ ବୈଜ୍ଞାନିକ  ନଭେମ୍ବର  ୨୦୧୯ରେ ଅସୁସ୍ଥ ହୋଇ ପଡିଥିଲେ । ସେମାନଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା । ଏହାସହ ଆମେରିକା ହାତରେ ଲାଗିଥିବା ଏହି ଗୁଇନ୍ଦା ରିପୋର୍ଟରେ ଉହାନ ଲ୍ୟାବରେ କାମ କରୁଥିବା ସମସ୍ତ ବୈଜ୍ଞାନିକ ଓ କର୍ମଚାରୀଙ୍କ ତାଲିକା ମଧ୍ୟ ରହିଛି । ଏହି ରିପୋର୍ଟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବୈଠକର ଗୋଟିଏ ଦିନ ପୂର୍ବରୁ ଆସିଛି । ଯେଉଁ ବୈଠକରେ କରୋନା ଉତ୍ପତ୍ତିକୁ ନେଇ ତଦନ୍ତ ବାବଦରେ ବିସ୍ତୃତ ଆଲୋଚନା ହେବ ।

ଆମେରିକା ସିକ୍ୟୋରିଟି କାଉନସିଲ୍‌ର ମୁଖପାତ୍ର ଓ୍ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏହି ଖବରକୁ ନେଇ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି । କିନ୍ତୁ କହିଛନ୍ତି ଯେ, ବାଇଡେନ୍ ସରକାର କରୋନା ଭାଇରସରର ଉତ୍ପତ୍ତିର ତଦନ୍ତ ପାଇଁ ଉତ୍ସାହିତ ଅଛନ୍ତି । ଏହାପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଟିମ୍ କରୋନା ତଥ୍ୟ ହାସଲ ପାଇଁ ଉହାନ ଯାଇଥିଲା । ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଥିଲା ଯେ, ଉହାନ ଲ୍ୟାବରୁ କରୋନା ଉତ୍ପତ୍ତି ନେଇ ପର୍ଯ୍ୟାପ୍ତ ତଥ୍ୟ ନାହିଁ । ଆମେରିକାର ପୂର୍ବତନ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସକୁ ଚୀନ ଭାଇରସ କହିବା ସହ ଏହା ଚୀନରୁ ଆସିଥିବା ଦାବି କରିଥିଲେ । ତେବେ ଚୀନ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଟିମ୍‌କୁ ଅନେକ ସମୟରେ ସହାୟତା କରୁନଥିବା ଅଭିଯୋଗ ଆସିଥିଲା ।