Monday, April 21, 2025
34.7 C
Odisha

    ଏଆଇଡିଏମକେ ସହ ମେଣ୍ଟ କଲା ବିଜେପି, ଏକାଠି ଲଢ଼ିବେ ତାମିଲନାଡୁ ବିଧାନସଭା ନିର୍ବାଚନ

    ଆଗକୁ ପଢନ୍ତୁ

    ତାମିଲନାଡୁ : ଆଗାମୀ ୨୦୨୬ ବିଧାନସଭା ନିର୍ବାଚନରେ ଏହି ଜାତୀୟ ଦଳ ତାମିଲନାଡୁର ଆଞ୍ଚଳିକ ଦଳ ଏଆଇଡିଏମକେ(ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାଭିଡ଼ ମୁନ୍ନେତ୍ର କାଝାଗମ) ସହିତ ମେଣ୍ଟ କରିଛି। ଉଭୟ ଦଳ ପକ୍ଷରୁ ଶୁକ୍ରବାର ଏ ନେଇ ଘୋଷଣା କରାଯାଇଛି।ତାମିଲନାଡୁର ଏମ.କେ. ଷ୍ଟାଲିନ ସରକାର ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ବିଜେପିକୁ ଘେରିବା ସହ ଅକଳରେ ପକାଉଛନ୍ତି। ସଂସଦୀୟ କ୍ଷେତ୍ର ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ବି ଷ୍ଟାଲିନ ଅଣବିଜେପି ଶାସିତ ରାଜ୍ୟ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳକୁ ଏକାଠି କରି ବିଜେପି ବିରୋଧରେ ବିଦ୍ରୋହ ଚେତାବନୀ ଦେଇଛନ୍ତି। ତେଣୁ ତାମିଲନାଡୁକୁ ଅକ୍ତିଆର କରିବା ଲାଗି ବିଜେପି ଏଆଇଡିଏମକେ ସହିତ ହାତ ମିଳାଇଛି।

    ଆଜି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଏଆଇଡିଏମକେ ନେତୃବୃନ୍ଦଙ୍କ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମେଣ୍ଟ ସମ୍ପର୍କରେ ଘୋଷଣା କରାଯାଇଛି। ଶାହା କହିଛନ୍ତି, ଏନଡିଏ ଛତା ତଳେ ଦୁଇ ଦଳ କାମ କରିବେ। ଏଆଇଡିଏମକେ, ବିଜେପି ଏପଂ ସମସ୍ତ ସହଯୋଗୀ ଦଳ ଆଗାମୀ ବିଧାନସଭା ନିର୍ବାଚନ ଏକାଠି ଲଢ଼ିବେ। ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ନିର୍ବାଚନ ଲଢ଼ିବାକୁ ଥିବାବେଳେ ରାଜ୍ୟ ସ୍ତରରେ ଏଆଇଡିଏମକେ ନେତା ଏଡାପ୍ପାଡି କେ. ପଲାନିସ୍ଵାମୀଙ୍କ ନେତୃତ୍ଵରେ ନିର୍ବାଚନ ଲଢ଼ିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.7 ° C
    34.7 °
    34.7 °
    36 %
    3.8kmh
    2 %
    Mon
    37 °
    Tue
    44 °
    Wed
    44 °
    Thu
    44 °
    Fri
    45 °

    ସମ୍ବନ୍ଧିତ