ଏଣିକି ରବିବାର ଓ ଛୁଟି ଦିନ ବ୍ୟତୀତ ସବୁଦିନ ହେବ ଟିକାକରଣ

ଏଣିକି ରବିବାର ଓ ଛୁଟି ଦିନ ବ୍ୟତୀତ ସବୁଦିନ ହେବ ଟିକାକରଣ
ଏଣିକି ରବିବାର ଓ ଛୁଟି ଦିନ ବ୍ୟତୀତ ସବୁଦିନ ହେବ ଟିକାକରଣ

ରାଜ୍ୟରେ ଜାରି ରହିଛି ୨ୟ ପର୍ଯ୍ୟାୟ ଟିକାକରଣ। ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପରେ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି। ତେବେ ଦେଶ ତଥା ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ଓ ଆଗକୁ ଗ୍ରୀଷ୍ମ ପ୍ରବାହ ଆସୁଥିବାରୁ ଦୈନିକ ଟିକାକରଣକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଏଣିକି ରବିବାର ଓ ପବ୍ଲିକ ଛୁଟି ଦିନ ବ୍ୟତୀତ ସବୁ ଦିନ ଟିକାକରଣ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ଟାର୍ଗେଟ ପାଖାପାଖି ହାସଲ କରିଛୁ। ଦ୍ଵିତୀୟ ଡୋଜ ଟିକାକରଣ ଚାଲିଛି। ଏବେ ବୟସ୍କ ଲୋକଙ୍କ ଉପରେ ଧ୍ୟାନ ଦିଆଯାଉଛି। ଏଥିସହିତ ଟିକାକରଣ କେନ୍ଦ୍ର ୭୦୦କୁ ବୃଦ୍ଧି କରାଯାଇଛି ଏବଂ ଆଗକୁ ଏହା ଆହୁରି ବଢ଼ିବ ବୋଲି କୁହାଯାଇଛି। ବର୍ତ୍ତମାନ ପ୍ରତିଦିନ ୧ ଲକ୍ଷ ବୟସ୍କ ଲୋକଙ୍କୁ ଟିକାକରଣ ଟାର୍ଗେଟ ରହିଛି।