Tuesday, December 9, 2025
19.8 C
Odisha

    ଏଣିକି କୋଣାର୍କ ନାଟ୍ୟ ମଣ୍ଡପ ଉପରକୁ ପର୍ଯ୍ୟଟକ ଚଢିବା ମନା, କଟକଣା ଜାରି କଲା ଏଏସ୍‌ଆଇ

    ଆଗକୁ ପଢନ୍ତୁ

    ଗୋପ : ଏଣିକି କୋଣାର୍କ ସୂର୍ଯ୍ୟ ମନ୍ଦିର ନାଟମଣ୍ଡପରେ ପର୍ଯ୍ୟଟକଙ୍କ ଚଢ଼ିବା ଉପରେ ଭାରତୀୟ ପ୍ରତ୍ନତତ୍ତ୍ଵ କର୍ତ୍ତୃପକ୍ଷ (ଏଏସ୍‌ଆଇ) କଟକଣା ଜାରି କରିଛି । ବିଶ୍ଵ ଐତିହ୍ୟ ସୂର୍ଯ୍ୟମନ୍ଦିର ନିୟମିତ ଭାବେ ଦୁର୍ଘଟଣା ଘଟୁଥିବାକୁ ଦୃଷ୍ଟିରେ ଏପରି ନିୟମ କରାଯାଇଛି । ଏହି କଟକଣା ପରେ ପର୍ଯ୍ୟଟକମାନେ ଏଣିକି ପ୍ରଥମ ନାଟଣ୍ଡପ ଚଢ଼ି କୀର୍ତ୍ତିରାଜି ଓ ମୁଖ୍ୟ ମନ୍ଦିରର ଦୃଶ୍ୟକୁ ଦେଖି ପାରିବେ ନାହିଁ କିମ୍ବା କୌଣସି କୀର୍ତ୍ତିରାଜିକୁ ପାଖରୁ ସ୍ପର୍ଶ କରିପାରିବେ ନାହିଁ । ଏ ନେଇ ଆଜି ଏଏସଆଇ ପକ୍ଷରୁ ନିଷେଧାଦେଶ ସହ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।

    ସୂଚନାଥାଉକି, ସୂର୍ଯ୍ୟମନ୍ଦିରକୁ ପରିଦର୍ଶନରେ ଆସୁଥିବା ଦେଶବିଦେଶ ପର୍ଯ୍ୟଟକଙ୍କୁ ଗାଇଡ଼ମାନେ ପ୍ରଥମେ ନାଟମଣ୍ଡପକୁ ଦେଖାଇଥାନ୍ତି । ସୂର୍ଯ୍ୟଙ୍କ ଉଦୟ ସମୟର ପ୍ରଥମ କିରଣ ମୁଖ୍ୟ ମନ୍ଦିରରେ ଥିବା ଅଷ୍ଟଧାତୁ ସୂର୍ଯ୍ୟମୂର୍ତ୍ତି ଉପରେ ପଡ଼ିଥାଏ ବୋଲି କହିଥାନ୍ତି । ପର୍ଯ୍ୟଟକମାନେ ମଧ୍ୟ ଏହି ନାଟମଣ୍ଡପ ଉପରେ ରହି ସେଲ୍‌ଫି ନେବା ସହ ଫଟୋ ଉତ୍ତୋଳନ କରିଥାନ୍ତି। ବିଭିନ୍ନ କୀର୍ତ୍ତିରାଜିକୁ ସ୍ପର୍ଶ କରି ସୂକ୍ଷ୍ମ କାରୁକାର୍ଯ୍ୟକୁ ଅନୁଭବ କରିଥାନ୍ତି। କିନ୍ତୁ ବିଭିନ୍ନ ସମୟରେ ପର୍ଯ୍ୟଟକ ମାନେ ନିଜର ଅସାବଧାନତାରୁ ସୁରକ୍ଷାବାଡ଼ ନଥିବାରୁ ନାଟମଣ୍ଡପ ସିଡ଼ିରୁ ପଡ଼ି ଆହତ ହେଉଥିବା ନଜିର ରହିଛି । ଏଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି ଶୁକ୍ରବାର ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ନାଟମଣ୍ଡପ ଚଢ଼ିବା ଉପରେ କଟକଣା ଜାରି କରାଯାଇଛି । ପର୍ଯ୍ୟଟକମାନେ ତଳେ ରହି ନାଟମଣ୍ଡପର ଚତୁଃପାର୍ଶ୍ବ ବୁଲି ଦେଖିପାରିବେ ବୋଲି ଏଏସଆଇର ପୁରୀ ସର୍କଲ୍ ଅଧୀକ୍ଷକ ତ ତିବି ଗଡ଼ନାୟକ ପ୍ରକାଶ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.8 ° C
    19.8 °
    19.8 °
    35 %
    1.3kmh
    100 %
    Tue
    26 °
    Wed
    27 °
    Thu
    26 °
    Fri
    26 °
    Sat
    27 °

    ସମ୍ବନ୍ଧିତ